ଜିଲ୍ଲାସ୍ତରୀୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ମହନ୍ତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସେକ୍ରେଟାରୀ ଡିଏଲ୍‌ଏସ୍‌ଏ ପବିତ୍ର ନନ୍ଦ ପ୍ରଧାନ, ଭୀମଭୋଇ ମେଡିକାଲ ଓ ହସ୍ପିଟାଲର ମାନସିକ ବିଭାଗର ମୁଖ୍ୟ ଡା. ଆଶିର୍ବାଦ ଶତପଥୀ, ମାନସିକ ବିଶେଷଜ୍ଞ ଡା. ରଜନୀକାନ୍ତ ମେହେର ଯୋଗ ଦେଇଥିଲେ । ପ୍ରଥମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ବିଭାଗରୁ ସଚେତନ ଶୋଭାଯାତ୍ରା ବାହାରି ପାଟଣେଶ୍ୱରୀ ମନ୍ଦିର, ଦୁର୍ଗା ମନ୍ଦିର, ଜିଲ୍ଲାପାଳ କାର୍ଯ୍ୟାଳୟ, ପୁରୁଣା ବସ୍‌ଷ୍ଟାଣ୍ଡ ରାସ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । ଶୋଭାଯାତ୍ରାରେ ବେନର, ପୋଷ୍ଟର, ପତ୍ରିକା ମାଧ୍ୟମରେ ମାନସିକ ରୋଗ ଆରୋଗ୍ୟ ସାଧ୍ୟ ବୋଲି ଜନସାଧାରଣଙ୍କୁ ସଚେତନ କରିବା ସହ ରୋଗୀକୁ ନୁହେଁ, ରୋଗକୁ ଗୃଣା କରିବା କଥା ବିଷୟରେ ଅବଗତ କରାଯାଇଥିଲା । ଶୋଭାଯାତ୍ରାରେ ବାଲାଜୀ ନର୍ସିଂ କଲେଜର ଛାତ୍ରଛାତ୍ରୀ, ଆଶାକର୍ମୀ, ନିଶା ନିବାରଣ କେନ୍ଦ୍ର କର୍ମୀ, ରେଡ୍‌କ୍ରସ୍‌ କର୍ମୀ, ଆପକାରି କର୍ମଚାରୀ, ନାରୀ ଶକ୍ତି ସଂଗଠନ ସଭ୍ୟା, ସଖୀ ୟୁନିଟ କର୍ମଚାରୀ ତଥା ବିଭିନ୍ନ ଅନୁଷ୍ଠାନର ସ୍ୱେଚ୍ଛାସେବୀ ଗଣ ଅଂଶଗ୍ରହଣ କରିଥିଲେ । ଶୋଭାଯାତ୍ରା ପରେ ଏନ୍‌ଏଚ୍‌ଏମ୍‌ କନଫରେନ୍ସ ହଲ୍‌ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସାଇକେଟ୍ରିକ୍‌ ସୋସିଆଲ୍‌ ୱାର୍କର ମଳୟ କୁମାର ନାଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲା ମାନସିକ କାର୍ଯ୍ୟାଳୟର କର୍ମଚାରୀ ସୁବୋଧ ବିଶ୍ୱାଳ, ସବ୍ୟସାଚୀ ସିଂ, ସରୋଜ କୁମାର ଭୋଇ, ରେଡ୍‌କ୍ରସ୍‌ କର୍ମୀ ରାମନାରାୟଣ ଦାଶ, ଦେବାଶିଷ ପାଣ୍ଡିଆ, ନୂତନ ଦାସ ପ୍ରମୁଖ ଉପସ୍ଥିତ ରହି ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.