ମୁରିବାହାଲ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ବିଭିନ୍ନ ରୀତିନୀତି ସହ ପାଳିତ ହେଉଛି । ପ୍ରଥମେ କଳସ ଯାତ୍ରା ସହିତ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଛି । ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ୫୩ତମ ପୂଜା ଅନୁଷ୍ଠିତ ହେଉଛି । ପୂଜା କର୍ତ୍ତା ରୂପେ ଆୟୋଜକ କମିଟି ସଭାପତି ଅଜିତ କୁମାର ତରିଆ ଓ ଅଗସ୍ତି ବଘାର ଥିବା ବେଳେ ପୂଜକ ରୂପେ କୁଞ୍ଜବିହାରୀ ଯୋଶୀ, କମିଟି ଉପସଭାପତି ଅବିନାଶ ଭୋଇ, ସମ୍ପାଦକ ପ୍ରଶାନ୍ତ ମାହାର,ସହ ସମ୍ପାଦକ ଲଲିତ କୁମାର ବଘାର ଓ କୋଷାଧ୍ୟକ୍ଷ ସଞ୍ଜୟ ବାଗଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରୁଛନ୍ତି । ସେହିପରି ମୁରିବାହାଲ ଜମିଦାର ପଡ଼ାରେ ଅନୁଷ୍ଠିତ ପୂଜାରେ ବିଷ୍ଣୁପ୍ରସାଦ ଭୋଇ ଓ ତାଙ୍କ ପତ୍ନୀ ଶୈଲ୍ୟସୂତା ଭୋଇ କର୍ତ୍ତା, ପୂଜକ ସଞ୍ଜୀବ ଯୋଶୀ, ଆୟୋଜକ କମିଟି ସଭାପତି ମନୋରଞ୍ଜନ ସିଂ ଭୋଇ, ସମ୍ପାଦକ ରୁଦ୍ର ସିଂ ଭୋଇ ଓ କୋଷାଧ୍ୟକ୍ଷ ରିକ୍ତମ ସିଂ ଭୋଇ ଦାୟିତ୍ୱ ତୁଳାଉଛନ୍ତି । ଗୁଡ଼ିଘାଟରେ ଅନୁଷ୍ଠିତ ସାର୍ବଜନୀନ ପୂଜାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ଓ ତାଙ୍କ ସ୍ଵାମୀ ଟିକେମନ୍ ମାଝୀ ପୂଜା କର୍ତ୍ତା ଦାୟିତ୍ଵରେ ଥିବା ବେଳେ ପ୍ରଦ୍ୟୁମ୍ନ ଖମାରୀ ଓ ପ୍ରସନ୍ନ ଖମାରୀ ପୂଜକ ଅଛନ୍ତି । ଆୟୋଜକ କମିଟି ସଭାପତି ମକୁନ୍ଦ ବଗର୍ତ୍ତି, ସମ୍ପାଦକ ଆରିୟାନ ମାଝୀ ଓ କୋଷାଧ୍ୟକ୍ଷ ବ୍ୟାସଦେବ ସାଙ୍କ ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ହଳଦୀ ଦୁର୍ଗାପୂଜାରେ ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ ଓ ତାଙ୍କ ପତ୍ନୀ ମାନସୀ ମହାନନ୍ଦ କର୍ତ୍ତା, ଆଦିକନ୍ଦ ଖମାରୀ ଓ ନିମାଇଁ ଖମାରୀ ପୂଜକ ଦାୟିତ୍ୱରେ ଥିବା ବେଳେ ଆୟୋଜକ କମିଟି ସଭାପତି ଚତୁର ମହାନନ୍ଦ, ସମ୍ପାଦକ ଉତ୍ତମ ମହାନନ୍ଦ ଓ କୋଷାଧ୍ୟକ୍ଷ ରୂପେ ରାଧାକାନ୍ତ ବାଗ ଦାୟିତ୍ଵରେ ଅଛନ୍ତି । ବ୍ଲକର ସମସ୍ତ ପୂଜା ମଣ୍ଡପକୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ପୂର୍ବ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଦର୍ଶନ କରୁଛନ୍ତି । ସେହିପରି ବ୍ଲକର ଗୋଇମୁଣ୍ଡ୍, ଚଲକୀ, ବ୍ରାହ୍ମଣୀ ସମେତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ମହାସମାରୋହରେ ଅନୁଷ୍ଠିତ ହେଉଥିବା ବେଳେ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

Leave A Reply

Your email address will not be published.