ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ୨୦୨୪ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ବଲାଙ୍ଗିର ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଦ୍ଵାରା ଆନ୍ତର୍ଜାତୀୟ ବାଳିକା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୪୦୦ ଜଣ ଝିଅ ଏକ ରେଲୀ ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ, ଏହି ରେଳୀକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର କୁମାର ବେହେରା ଫ୍ଲେଗ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଏହାପରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ଅବସରରେ ଅରୁଣ କୁମାର ଖୁଆସ୍ ଫୁଲତୋଡ଼ା ଦେଇ ସ୍ଵାଗତ ଜଣାଇଥିଲେ । ଆଇନ୍ ପରିବିକ୍ଷକ ଦିଗମ୍ବର କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ କନ୍ୟାସନ୍ତାନ ମାନଙ୍କ ପାଇଁ ଉତ୍ତମ ଶିକ୍ଷା, ପୋଷଣ ଯୁକ୍ତ ଖାଦ୍ୟ, ଆତ୍ମ ସୁରକ୍ଷା ପାଇଁ ଜ୍ଞାନ ଓ ସାମର୍ଥ୍ୟ ବୃଦ୍ଧି ଉପରେ ଉପଦେଶ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ଏହି ବର୍ଷର କନ୍ୟା ସନ୍ତାନଙ୍କ ବିଷୟ ଯଥା – ‘ବାଳିକା ମାନଙ୍କର ଭବିଷ୍ୟତ ଦୃଷ୍ଟିପାତ’ ଝିଅମାନଙ୍କ ସ୍ୱରର ଗୁରୁତ୍ୱ ଏବଂ ସେମାନଙ୍କୁ ସମର୍ଥନ କରିବାର ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଏ ଯାହା ସେମାନେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟରେ ପହଞ୍ଚି ପାରିବେ ବୋଲି ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ଗୀତ ମାଧ୍ୟମରେ କନ୍ୟାସନ୍ତାନ ମାନଙ୍କୁ ଉତ୍ସାହିତ କରିଥିଲେ ଓ ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ପାଳନ କରାଯାଏ ବୋଲି ଜଣାଇଥିଲେ । ଜିଲ୍ଲା ସଂଯୋଜକ, ମିଶନ ଶକ୍ତି ଶ୍ରୀମତୀ ସୁମନ ଦ୍ୱିବେଦୀ ସ୍ଲୋଗାନ ମାଧ୍ୟମରେ ଝିଅ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତିର ଲମ୍ବୋଦର ଦୀପ ଝିଅମାନଙ୍କର ଉଦାହରଣ ଦେଇଥିଲେ । ଝିଅମାନେ ସମଗ୍ର ବିଶ୍ୱରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନନ୍ତୁ । ଝିଅମାନଙ୍କର ଅଧିକାର ଏବଂ ସଶକ୍ତିକରଣର ଗୁରୁତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ । ଲିଙ୍ଗଗତ ଅସମାନତା ବିଷୟରେ ସଚେତନତା ସୃଷ୍ଟି କରନ୍ତୁ । ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ହିଂସାରୁ ସୁରକ୍ଷା ଭଳି ସମସ୍ୟାଗୁଡିକ ସମାଧାନ କରନ୍ତୁ ବୋଲି ବକ୍ତା ମାନେ ଅଭିଭାଷଣରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୋଦ ବଗର୍ତ୍ତି, ସୁଧାଂଶୁ ଶେଖର କୁମ୍ଭାର, ଦେବାଶିଷ ପଟେଲ, ଶ୍ରଦ୍ଧାଞ୍ଜଳି ସିଂ, ପୁଷ୍ପାଞ୍ଜଳି ସୁନା, ବିକ୍ରମ ପଣ୍ଡା, ସୁଦାମ ସୁନା ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.