ଗାନ୍ଧୀ ଜୟନ୍ତୀରେ ନିଶାମୁକ୍ତ ଅଭିଯାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିର ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ତରଫରୁ ନିଶାମୁକ୍ତ ଅଭିଯାନର ଏକ ମାନବ ଶୃଙ୍ଖଳ, କରାଯାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା କମିଟିର ଆବାହକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ ଓ ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ଆବାହକତ୍ଵରେ ଆରମ୍ଭ ହୋଇଥିଲା । ଏଥିରେ ନିମ୍ନୋକ୍ତ ବିଷୟ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ୧-ଗ୍ରମ ପଞ୍ଚାୟତ ଓ ବ୍ଲକ ସ୍ତରରୁ ନିଶାମୁକ୍ତ ସଂଗଠନ କରାଯାଇ ମଦମୁକ୍ତି ଓଡ଼ିଶା ଲାଗି ସ୍ଥାନୀୟ ସ୍ତରରୁ ଦାବିପତ୍ର ପ୍ରଦାନ କରାଯିବ । ୨-ଚୋରାମଦ ଓ ମଦ ଖୁଚିଆ ବନ୍ଦ୍ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ । ୩- ବିଦ୍ୟାଳୟ ଓ ଗାଁର ବଜାର ଠାରୁ ଅତିକମରେ ଅଧ କିଲୋମିଟର ଦୂରକୁ ମଦଭାଟି ଓ ବିଦେଶୀ ମଦ ଦୋକାନ ସ୍ଥାନାନ୍ତରିତ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ଦିଆଗଲା । ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ମିଶ୍ର, ଡ. ବିପିନ କୁସୁଲିଆ, ଦ୍ଵିଜ ଦଲପତି (ଆଦିବାସୀ ଅଧିକାର ମଞ୍ଚ,) ରାଜେନ୍ଦ୍ର ସୁନା, ଜୟକୁମାରୀବାଗ ତଥା ଶତାଧିକ ମହିଳା ଓ ପୁରୁଷ ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!