
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାର୍ବଣ ଋତୁର ଆଗମନ ହୋଇଛି । ଓଡ଼ିଶାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି । ଠିକ୍ ସେହିପରି ମା’ ରାମଚଣ୍ଡୀ ଶକ୍ତିପୀଠରେ ଏଥର ଷୋଡ଼ଶ ଦିନାତ୍ମକ ପୂଜା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ୟ୍ୟନ୍ତ ଚାଲିବ । ଷୋହଳ ଦିନ ଧରି ମା’ରାମଚଣ୍ଡୀ ଶକ୍ତିପୀଠରେ ପୂଜାର୍ଚ୍ଚନା ସମ୍ଭାର ସହ ଅନୁଷ୍ଠିତ ଦୁର୍ଗା ଉତ୍ସଵ ମହାସମାରୋହରେ ପାଳିତ ହେବା ଉଦ୍ଦେଶ୍ୟରେ ରବିବାର ସକାଳୁ ସକାଳୁ ଛତ୍ରପୁର ନିକଟସ୍ଥ ଓ.ଏସ୍.ଏ. ପି. ଅଷ୍ଟମ ବାଟାଲିୟନ ପକ୍ଷରୁ ଏବଂ ମା’ ରାମଚଣ୍ଡୀ ପୂଜା କମିଟି ଯୁବ ସ୍ୱେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ପୀଠ ପରିସରରେ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଷୋହଳ ଦିନ ଧରି ଆୟୋଜିତ ଦୁର୍ଗାପୂଜା ଉତ୍ସବରେ ରାମଚଣ୍ଡୀ ଶକ୍ତିପୀଠରେ ବେଦ ଧ୍ୱନି, ମନ୍ତ୍ର ଉଚ୍ଚାରଣ ସହ ବିଭିନ୍ନ ବେଶରେ ପ୍ରତିଦିନ ମା’ ରାମଚଣ୍ଡୀ ଭକ୍ତଙ୍କୁ ଦର୍ଶନ ଦେବେ ତଥା ମନ୍ଦିର ତରଫରୁ ପ୍ରତ୍ୟେକ ଦିନ ରାତ୍ରୀ ସମୟରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସଂଯୋଜକ କମଳ ପଣ୍ଡା ସୂଚନା ଦେଇଛନ୍ତି । ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ଶ୍ରଦ୍ଧାଳୁଙ୍କର ଭିଡକୁ ନଜର ରଖି ଆଜି ପୂଜା ଆରମ୍ଭ ପୂର୍ବରୁ ରାମଚଣ୍ଡୀ ଶକ୍ତିପୀଠ ପରିସରରେ ସଫେଇ ହୋଇଛି । ମା’ରାମଚଣ୍ଡୀ ଅବସ୍ଥାନ କରିଥିବା ଧଡ଼ା ପାହାଡ଼ ଉପରେ ସବୁଜିମା ପରିବେଶକୁ ସଜାଇ ଅନାବନା ଗଛପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ୱେଚ୍ଛାସେବୀ ତଥା ଓଏସ୍ଏପି ଅଷ୍ଟମ ବଟାଲୀୟନର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ଏକ ବିଶାଳ ସଫେଇ କ୍ରା୍ୟକ୍ରମ କରାଯାଇଥିଲା । ଏଥିରେ ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ସନ୍ତୋଷ ମିଶ୍ର, କେ. ସତ୍ୟନାରାୟଣ ରେଡ୍ଡୀ, ପୂଜା କମିଟି ସଭାପତି ତଥା ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ଶଙ୍କର ନାୟକ, ଓକିଲ ଲସିତ ବେହେରା, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ମନୋଜ ମିଶ୍ର, ମନୋରଞ୍ଜନ ବେହେରା, ମାଧବ ସାସମଲ, ଦିନେଶ ମହାନ୍ତି, ଏସ୍. ରବି, ସନ୍ତୋଷ ରେଡ୍ଡୀ, ଦୀପକ ବେହେରା, ସନ୍ତୋଷ ପଣ୍ଡା, ମୁନା ଗୌଡ଼, ଉପେନ୍ଦ୍ର ବେହେରା, ସୁଧୀର ମହାରଣା ପ୍ରମୁଖ ସଦସ୍ୟ ଯୋଗଦେଇ ସାହାଯ୍ୟର ହାଥ ବଢ଼ାଇ ମନ୍ଦିର ଚତୁର୍ପାଶ୍ୱ ପରିଷ୍କାର କରିଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୭ଟାରୁ ଆରମ୍ଭ ହୋଇ ଦିବା ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ସର୍ବଶେଷରେ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ବିନୋଦ କୁମାର ପାଢ଼ୀ ଓଏସ୍ଏପି ଅଷ୍ଟମ ବାଟାଲୀୟନ୍ର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଷୋଡ଼ଶ ଦିନାତ୍ମକ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ ।