oom

ଯାଦବ ବୁଦ୍ଧିଜୀବୀ ମଂଚର ତୃତୀୟ ପ୍ରତିଷ୍ଠା ଦିବସ ପାଳିତ

jsmm
  • ଯାଦବ ସମାଜ ଉନ୍ନତି ପାଇଁ ଏକାଠି ହେଲେ ୧୪ଟି ଜିଲ୍ଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଯାଦବ ବୁଦ୍ଧିଜୀବୀ ମଂଚ ଓଡିଶାର ତୃତୀୟ ପ୍ରତିଷ୍ଠା ଦିବସ ମଂଚର ସଭାପତି ଛବିଳ ବଗର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନାରାୟଣ ପ୍ରସାଦ ଦାଶ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ଯାଦବ କର୍ମକର୍ତ୍ତା ବାସୁଦେବ ନାଗ ଅନୁଷ୍ଠାନିକ ଭାବରେ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମଂଚର ଆବାହକ ଧବଳେଶ୍ୱର ବାଗ ସଭାର ଉଦ୍ଦେଶ୍ୟ ଜ୍ଞାପନ କଲା ପରେ ବରେଣ୍ୟ ଅତିଥି ବୃନ୍ଦ ଅମରେନ୍ଦ୍ର ନାରାୟଣ ଯାଦବ ଅବସରପ୍ରାପ୍ତ ଅଧିକାରୀ ବରଗଡ, ରାଜୁ ଘିଭେଲା ବରଗଡ ଜିଲ୍ଲା ଯାଦବ ସମାଜ ସଭାପତି, ତପନ ଯୁଏଡ ସୋନପୁର ଜିଲ୍ଲା ସଭାପତି, ମଦନ ମୋହନ ନାଏକ କୋରାପୁଟ ଜିଲ୍ଲା ସଭାପତି, ପରମେଶ୍ୱର ପାତ୍ର ମାଲକାନଗିରି ସଭାପତି, ସୁରେଶ ବଗର୍ତ୍ତି ସମ୍ବଲପୁର ସଭାପତି, ସାଥୀରାମ ନାଏକ କୋରାପୁଟ ଜିଲ୍ଲା ଆବାହକ, ସତ୍ୟନାରାୟଣ ବାଗ, ଭଗବାନ ବଗର୍ତ୍ତି, ମୃଣମୟୀ ଭୋଇ ମଂଚାସୀନ ହୋଇଥିଲେ । ଯାଦବ ସମାଜର ସାମଗ୍ରୀକ ବିକାଶ ନିମନ୍ତେ ଶିକ୍ଷାର ବିକାଶ ଏବଂ ସାମାଜିକ ଏକତା ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ପୋଷଣ କରିଥିଲେ । ସଭାରେ ଅଧ୍ୟାପକ କବିରାଜ ଭୋଇ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ବୁଦ୍ଧିଜୀବୀ ମଂଚର ସଭାପତି ବିରେନ୍ଦ୍ର ବନଛୋର ସଭା ପରିଚାଳନା କରିଥିଲେ । ପଶ୍ଚିମ ଓଡିଶାର ୧୪ଟି ଜିଲ୍ଲାରୁ ଯାଦବ ସଭାପତି, ସଂପାଦକ ଏବଂ ବୁଦ୍ଧିଜୀବୀ ଗଣ ସଭାରେ ଯୋଗଦାନ କରିଥିଲେ । ସଭା ଶେଷରେ ସୁରୁଲାଲ ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ ମଣ୍ଡିତ କରିବାରେ ଦିବାକର ପୋଡ, ବିଜୟ ବାଗ, ପ୍ରଶାନ୍ତ ମହାକୁର, ଆଶୁତୋଷ ବାଗ, ଦିଗାମ୍ବର ମାଝୀ, ହରିଶଙ୍କର ଛତ୍ରିଆ, ଦୁତିବାହାନ ଚନ୍ଦନ, ବନମାଳି ପୋଡ, ସୁଧାଂଶୁ ଶେଖର ନାଗ, ବୈରାଗୀ ବିଶି, ବିପିନ ପୋଡ, ଶ୍ୟାମାନନ୍ଦ ବାଗ, କିଶୋର ଜାଲ, ଉମାକାନ୍ତ ବାଗ, ମଳୟ ଗଉଡ, ଅଙ୍କୁର ଯାଦବ, କ୍ଷେତ୍ରପତି ଜାଲ, ଦିଲ୍ଲୀପ ବଗର୍ତ୍ତୀ, ବିନୟ ଭୋଇ, ଧର୍ମେନ୍ଦୁ ଦାଶ, ପ୍ରତାପ ଭାଟି, ବସନ୍ତ ଷାଣ୍ଢ, ଛବିଳ ମନହୀରା, ଦିନବନ୍ଧୁ ମନହିରା, ଉତ୍ତର କୁମାର ହେର୍ଣ୍ଣା, କଲାର ସିଂହ ବାଗ, ଦାମୋଦର ଚନ୍ଦନ, ସଦାନନ୍ଦ ବାଗ, ସୁଫଳ କରୁଆଁ, ପୁଷ୍କର ଖର୍ସେଲ, ସଂକିର୍ତ୍ତନ ବାଗ, ଚିତ୍ରସେନ ବଗର୍ତ୍ତୀଙ୍କର ସହଯୋଗ କରିଥିଲେ । ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ଓ ମ୍ୟୁନିସିପାଲଟି ସମେତ ୧୪ଟି ଜିଲ୍ଲା ଯାଦବ ସମାଜର ଉନ୍ନତି ପାଇଁ ଏକାଠି ହୋଇଥିଲେ ।

jittmm
Leave A Reply

Your email address will not be published.