ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ଦିବସ ପାଳିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଯୁବ ରେଡ୍‌କ୍ରସ୍ ଜିଲ୍ଲା ସଂଯୋଜକ ଡ. ବିଭୁତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ । ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଂ ମାନବ ସେବା ହିଁ ମାଧବ ସେବା କହି ଦୁର୍ଗତଙ୍କୁ ସେବା ଦେବାକୁ ସ୍ଵେଚ୍ଛାସେବୀଙ୍କୁ ନିବେଦନ କରିଥିଲେ । ଦର୍ଶନ ଶାସ୍ତ୍ର ଅଧ୍ୟାପକ ଗଣନାଥ ସୋରେନ୍ ନିଜ ବକ୍ତବ୍ୟରେ ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସୁବର୍ଣ୍ଣ ସମୟ ବୋଲି ଉଦାହରଣ ଦେଇ ବୁଝାଇ ଥିଲେ । ଶେଷରେ ଯୁବ ରେଡ୍‌କ୍ରସ୍ କାଉନ୍‌ସେଲର ଦଣ୍ଡପାଣି ଭୂୟାଁ ନିଜର ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.