shyamal

ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ଗୁରୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦେବକୀ ବିଶୋଇଙ୍କ ଆବାହକତ୍ୱରେ ସେକ୍ଟର-୨୦ରେ ଥିବା କମ୍ୟୁନିଟି ସେଣ୍ଟର ଠାରେ ସନ୍ଧ୍ୟାକାଳୀନ ଯୋଗ ଶିକ୍ଷା କେନ୍ଦ୍ରରେ ପାଳନ କରାଯାଇଛି ଯୋଗ ପ୍ରଶିକ୍ଷିକା ରେଣୁ ତନ୍ତୀ ଓ ଜ୍ୟୋତ୍ରୀମୟୀ ପାଣିଗ୍ରାହୀଙ୍କୁ ସମ୍ମାନିତ କରାଯାଇଥିଲା । ଯୋଗ ପ୍ରଶିକ୍ଷିକା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯୋଗ ଶୀକ୍ଷା ମଣିଷଙ୍କୁ ସୁସ୍ଥ, ସବଳ, ନିରୋଗ ରଖିବା ସହ ସମାଜର ସେବା କରିବାକୁ ପ୍ରେରଣା ଯୋଗାଇ ଥାଏ ଆଧୁନିକ ଯୁଗରେ ଯେ, ଯୋଗ ପ୍ରତି ଗୁରୁତ୍ୱ ଦିଆ ଯାଉଛି ତାହା ନୁହଁ ଯୋଗ ବହୁତ ପ୍ରାଚୀନ କାଳରୁ ରହି ଆସିଛି ସୁସ୍ଥ ଜୀବନ ପାଇଁ ଯୋଗ ଶିକ୍ଷାର ଆବଶ୍ୟକତା ରହିଛି । ଯୋଗ ଦ୍ୱାରା ଶରୀରର ଅଙ୍ଗ ପ୍ରତାଙ୍ଗରେ ରକ୍ତ ସଂଚାଳନ ପରିପକା କ୍ରିୟା ସୁଚାରୁ ରୂପେ ସମ୍ପାଦନ ହେବା ସହ ମାନସିକତାର ବିକାଶ ହୋଇଥାଏ । ଏହି ଯୋଗ କେନ୍ଦ୍ର ଦୀର୍ଘ ୫ ବର୍ଷ ହେଲାଣି ସନ୍ଧ୍ୟା ୪:୩୦ରୁ ୬ଟା ପର୍ଯ୍ୟନ୍ତ ଯୋଗ ଶିକ୍ଷା ନିଃଶୁଳ୍କ ମହିଳା ମାନଙ୍କୁ ଦିଆଯାଏ । ଏହି କାର୍ଯ୍ୟକ୍ରମରେ ସନ୍ଧ୍ୟାରଣୀ ପାତ୍ର, ମଧୁସ୍ମିତା ରଥ, ଅଞ୍ଜଳି ଜେନା, ନନ୍ଦିତା କୁମ୍ଭାର, ଶୈଳେନ୍ଦ୍ରି କୁମ୍ଭାର, ମମତା କେରକେଟା, ମଞ୍ଜୁଲତା ସାହୁ ସହଯୋଗ କରିଥିଲେ । ଶେଷରେ ଦେବକୀ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.