ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟା ମନ୍ଦିରରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ୱଳନ ପୂର୍ବକ ଗୁରୁ ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବରେ ଅନ୍ୟତମ ଅତିଥି ରୋହିତ ମେହେର ଉପସ୍ଥିତ ରହି ଶିଶୁ ଭାଇଭଉଣୀ ମାନଙ୍କୁ ଗୁରୁ ବିଷୟରେ ଆର୍ଶୀବଚନ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥିଙ୍କୁ ଉପଢୌକନ ଦେଇ ଗୁରୁ ପୂଜନ କରାଯାଇଥିଲା । ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡଣ୍ଡସେନା ଧନ୍ୟବାଦ ଦେଇଥିଲେ । ସେହିପରି ଶିଶୁ ମନ୍ଦିର ବିଭାଗରେ ପ୍ରାତଃ ପର୍ଯ୍ୟାୟରେ ଦୁର୍ବାଦଳ ସାହୁ ଦୀପ ପ୍ରଜ୍ୱଳନ କରିଥିଲେ । ଥବିର ଡ଼ଣ୍ଡସେନା, ଦୀନବନ୍ଧୁ ଦେହେରୁ, ଶ୍ରୀମତୀ ସୁଜାତା ତ୍ରିପାଠୀ ପ୍ରମୁଖ ଗୁରୁ ଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ଦିବା ପର୍ଯ୍ୟାୟରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ୱଳନ କରି ରାଧାକ୍ରିଷ୍ଣନଙ୍କ ବିଷୟରେ ଆଲୋକ ପାତ କରିଥିଲେ । ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ରଂଜିତା ଗୁରୁମା ସଂଯୋଜନା କରିଥିଲେ ଓ ସୁକାନ୍ତ କିଶୋର ସାହୁ ଗୁରୁ ଦିବସ ବିଷୟରେ କହିଥିଲେ । ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତ ଭାଇଭଉଣୀଙ୍କ ଦ୍ୱାରା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ, ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.