ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ ୧ ଅଗଷ୍ଟ ୧୯୪୮ ମସିହାରେ ବ୍ରହ୍ମପୁର ଡାକ-ମଣ୍ଡଳ ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ଡାକମଣ୍ଡଳର ୭୭ତମ ପ୍ରତିଷ୍ଠା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ମୁଖ୍ୟ ଡାକ-ଘରର ପ୍ରଥମ ମହଲାର ଡାକ-ମଣ୍ଡଳ ପରିସରରେ ଗୁରୁବାର ଆୟୋଜିତ ହୋଇଯାଇଛି । ବ୍ରହ୍ମପୁର ଡାକ-ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ବସନ୍ତ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବରିଷ୍ଠ ଡାକ ଅଧିକ୍ଷକ ଦିବାକର ପଟ୍ଟନାୟକ, ସହକାରୀ ଡାକ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ, ସୁଜିତ କୁମାର ମହାରଣା, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସିନିୟର ମ୍ୟାନେଜେର୍‌ ସମ୍ପଦ ରାଜ ପ୍ରମୁଖ ଯୋଗଦେଇ ଡାକମଣ୍ଡଳର ଅବଦାନ ସମାଜ ପାଇଁ ଅତୁଳନୀୟ ବୋଲି ବ୍ୟାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଡାକ-ମଣ୍ଡଳର ଡେପୁଟୀ ସୁପେରିନଣ୍ଟେଣ୍ଡେଣ୍ଟ ପୀତବାସ ଜେନା, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ ସଞ୍ଜୟ କୁମାର ଦୋରା, ପୋଷ୍ଟାଲ ଇନ୍ସପେକ୍ଟର ଗଙ୍ଗାନାରାୟଣ ମହାଲ୍ଲୀକ, ଡି.ଓ.ପି.ଏଲ୍‌.ଆଇ. ରୁଦ୍ର ନାରାୟଣ ସାହୁ, ଅଫିସ ଆସସିଷ୍ଟାଣ୍ଟ ଶ୍ରୀଧର ପ୍ରଧାନ, ବିଜୟ କୁମାର ତରାଇ, ଡାକ ସହାୟକ ଶ୍ରୀରାମ ମହାପାତ୍ର, ବ୍ରହ୍ମପୁର ଡାକ ମଣ୍ଡଳର ସମସ୍ତ ଅଫିସ ଆସିଷ୍ଟାଣ୍ଟ, ବ୍ରହ୍ମପୁର ମୁଖ୍ୟଡାକଘରର ଡାକ ସହାୟକ ଗୀତାଞ୍ଜଳି ପାତ୍ର ପ୍ରମୁଖ ପ୍ରତିଷ୍ଠା ଦିବସର ମହତ୍ତ୍ୱ ବିଷୟରେ ପ୍ରତିପାଦନ କରି ଏହି ଡାକ ସେବାର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ବ୍ରହ୍ମପୁର ଡାକମଣ୍ଡଳର ସୁବର୍ଣ୍ଣ ଇତିହାସ, ଅର୍ଥନୀତିର ପ୍ରଗତି ଓ ବ୍ୟବସାୟ ସଂଗ୍ରହରେ ବ୍ରହ୍ମପୁର ଡାକମଣ୍ଡଳ ଅଗ୍ରଣୀ ସ୍ଥାନରେ ରହିଛି, ଏହା ଯେପରି ଆଗାମୀ ଦିନରେ ସବୁରି କ୍ଷେତ୍ରରେ ବିକଶିତ ଅଗ୍ରଗତିରେ ଚାଲୁ ରହିବ ସେ ଦିଗରେ ସମସ୍ତେ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା । ଡାକ-ମଣ୍ଡଳର କର୍ମଚାରୀମାନଙ୍କ ଅକୁଣ୍ଠ ଚିତ୍ତ କାର୍ଯ୍ୟ, ନିଷ୍ଠାପର ଉଦ୍ୟମ ଓ ନିରନ୍ତ୍ରର ପ୍ରୟାସ ଯୋଗୁଁ ଗତ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ପାଇଁ ବହୁ କର୍ମଚାରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସଙ୍ଗୀତ ପରିବେଷଣରେ ସର୍ବଶ୍ରୀ ରଞ୍ଜିତ କୁମାର ଦାସ, ଗଙ୍ଗା ନାରାୟଣ ମହାଲ୍ଲୀକ, ବିଭୁତି ସାହୁ, ପୂର୍ଣ୍ଣ ପ୍ରଧାନ, ଯୋଗେଶ୍ୱର ପଣ୍ଡା, ରୁଦ୍ର ପ୍ରସାଦ ସାହୁ, ବନଶ୍ରୀ ପଟ୍ଟନାୟକ, ବିଭୁତି ସାହୁ, ଅଭିଷେକ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ମୁଖ୍ୟ ଡାକଘରର ଆକାଉଣ୍ଟେଣ୍ଟ ବନଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ପୂର୍ବତନ ଡାକ ଓଭେରସେର ରାଜନୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.