shyamal

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ ଆନୁକୂଲ୍ୟରେ ସ୍ଥାନୀୟ ଜୈନ ଭବନ ଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଶିଷ୍ଟ ଅତିଥି ଭାବେ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ସମ୍ମାନିତ ଅତିଥି ଭାବେ ଏଚ୍‌ଡିଏଫ୍‌ସି ମ୍ୟାନେଜର ଜିତେନ୍ଦ୍ର କୁମାର ସାହୁ ଏବଂ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକ ଡ. ଛାୟାକାନ୍ତ ଷଡଙ୍ଗୀ ମଂଚାସୀନ ଥିଲେ । ସଂଘର ସଭାପତି ଡ. ଘନଶ୍ୟାମ ଜୈନଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳିତ ତଥା କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀଙ୍କ ଦ୍ୱାରା ସଂଯୋଜିତ ସଭାକାର୍ଯ୍ୟ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଜଗନ୍ନାଥଙ୍କ ପୂଜାର୍ଚନା ସଂପାଦିତ ହୋଇଥିଲା । ଏହି ଅବସରରେ ମୁଖ୍ୟଅତିଥି ବରିଷ୍ଠ ନାଗରିକ ସଂଘ ପାଇଁ ଏକ କାର୍ଯ୍ୟାଳୟ ତୁରନ୍ତ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ । ବରିଷ୍ଠ ନାଗରିକମାନଙ୍କ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ବିଭାଗ ସର୍ବଦା ତତ୍ପର ରହିଛି ଏବଂ ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେବା କ୍ଷେତ୍ରରେ ସମସ୍ତ ସହଯୋଗ କରାଯିବ ବୋଲି ବିଶିଷ୍ଟ ଅତିଥି ଏସ୍‌ଡିପିଓ ମହାଶୟା ନିଜ ବକ୍ତବ୍ୟରେ ଜଣାଇଥିଲେ ଓ ଏହି କ୍ରମରେ ପ୍ରସ୍ତୁତ ହୋଇଥିବା ପରିଚୟ ପତ୍ର ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ଷଡଙ୍ଗୀ ବରିଷ୍ଠ ନାଗରିକ ଦେଶ ଓ ସମାଜର ମସ୍ତିଷ୍କ ସଦୃଶ, ସେମାନେ ଦେଶ ଓ ଜାତିର ପଥ ପ୍ରଦର୍ଶକ । ତେଣୁ ସେମାନେ ସମସ୍ତ କ୍ଷେତ୍ରରେ ଆଦ୍ୟ ସ୍କରଣୀୟ ହେବା ବିଶ୍ୱ ପାଇଁ ମଂଗଳ ଅଟେ ବୋଲି ମତବ୍ୟକ୍ତ କରିଥିଲେ । ଅଶୀବର୍ଷ ଉପରାନ୍ତ ତଥା ଆଦର୍ଶ ବ୍ୟକ୍ତିତ୍ୱ ଭାବେ ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା ଓ ଭକ୍ତ ପ୍ରସାଦ ପାଢ଼ୀଙ୍କୁ ସଂଘ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଲେଖକ ସେବକ ଚରଣ ଦାଶଙ୍କ ‘ଲଘୁ ଚେତନା’ ପୁସ୍ତକ ଲୋକାର୍ପିତ ହେବା ସହ ବଣ୍ଟନ କରାଯାଇଥିଲା । ସଭାପତି ଡ. ଜୈନ ସଂଘର ସାମାଜିକ ଦାୟିତ୍ୱ ଓ କାର୍ଯ୍ୟକ୍ରମ ଉପରେ ନିଜସ୍ୱ ପ୍ରସଙ୍ଗ ଉପସ୍ଥାପନ କରି ସମସ୍ତଙ୍କ ସାହାଯ୍ୟ ଲୋଡିଥିଲେ ଏବଂ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟରେ ନିଜସ୍ୱ ରଚିତ ଏକ କୋସଲି କବିତା ‘ଆଗୋ ଦଦା’ ଆବୃତ୍ତି କରିଥିଲେ । କାର୍ଯ୍ୟନିର୍ବାହୀ ସଂପାଦକ ବନମାଳୀ ଦାଶ ସ୍ୱାଗତ ସଂଭାଷଣ ତଥା ସହ ସଂପାଦକ ଅକ୍ଷୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

purusottam
Leave A Reply

Your email address will not be published.