ଛତ୍ରପୁରରେ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୮୦ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମ ଜୟନ୍ତୀ ଦିବସ ମଙ୍ଗଳବାର ପୂର୍ବାହ୍ନରେ ଅପର୍-ବସ୍‌ଷ୍ଟାଣ୍ଡ ସ୍ଥିତ ତାଙ୍କରି ପ୍ରତିମୂର୍ତ୍ତି ସ୍ଥଳରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ମହାପୁରୁଷ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କରି ସ୍ମୃତି ଚାରଣ କରାଯାଇଥିଲା । ଏହି ଜୟନ୍ତୀ ସଭାରେ ବରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଞ୍ଚ ଡି. ରାମସ୍ୱାମି ରେଡ୍ଡୀ, ବରିଷ୍ଠ କଂଗ୍ରେସ ନେତା କାଳିଆ ରାଉଳ, ସିଲୁ ରାଉଳ, ରୂପେଶ ରାଉଳ, ପପୁ ରାଉଳ ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ତାଙ୍କର ଆଦର୍ଶତା, ସୁଶାସନ, କର୍ତ୍ତବ୍ୟ ନିଷ୍ଠ ଉପରେ ଆଲୋକପାତ କରି ସଭିଁଏ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.