ବଙ୍ଗୋମୁଣ୍ଡାରେ ୧୬୩ତମ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ବରଗଛ ପଡ଼ା ଠାରେ ଆବାହକ ସମ୍ବାଦିକ ରାଧେଶ୍ୟାମ ମେହେରଙ୍କ ନେତୃତ୍ୱରେ ଗଙ୍ଗାଧର ମେହେର ଧର୍ମଶାଳାରେ ଆଜି ୧୬୩ତମ ସ୍ୱଭାବକବି ଗଙ୍ଗାଧର ମେହେର ଜୟନ୍ତୀ ମହାଆଡ଼ମ୍ବରରେ ପାଳିତ ହୋଇଥିଲା । ଏହି ଜୟନ୍ତୀ ପାଳନରେ ଭାଲୁମୁଣ୍ଡା ସରପଞ୍ଚ ରଞ୍ଜିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଡ. ନାରାୟଣ ମିଶ୍ର ବଙ୍ଗୋମୁଣ୍ଡା, ସାମ୍ମାନୀୟ ଅତିଥି ଭାବେ ଭାଲୁମୁଣ୍ଡା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର, ପଣ୍ଡିତ ବିଷ୍ଣୁ ପ୍ରସାଦ ସାହୁ, ହନୁମାନ ବେହେରା, ସମାଜସେବୀ ଯୋଗୀନ୍ଦ୍ର ମିଶ୍ର ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥି ମାନେ ମହାପୁରୁଷ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଫୋଟ ଚିତ୍ରରେ ଫୁଳ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଯୋଗୀନ୍ଦ୍ର ମିଶ୍ର ମଞ୍ଚ ପରିଚାଲନା କରିଥିବା ବେଳେ ରାଧେଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଭାଲୁମୁଣ୍ଡା ସମସ୍ତ ସ୍କୁଲର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଅତିଥି ମାନଙ୍କ ଦ୍ୱାରା ସମସ୍ତଙ୍କୁ ମାନ ପତ୍ର ସହିତ ଟ୍ରଫିକ ପ୍ରଦାନ କରାଯାଇଥିଲା । ପଶ୍ଚିମ ଓଡିଶାର ତଥା ବଲାଙ୍ଗିର ଜିଲ୍ଲା ସୁନାମ ଧନ୍ୟ ଅର୍ଜ୍ଜନ କରିଥିବା କଣ୍ଠଶିଳ୍ପୀ ରାସବିହାରୀ ଘିବେଲାକୁ ମାନପତ୍ର ଦେଇ ସମ୍ୱର୍ଦ୍ଧନା କରାଯାଇଥିଲା । ଏଥିରେ ଭାଲୁମୁଣ୍ଡା ଗଙ୍ଗାଧର ମେହେର ଧର୍ମଶାଳାର ସଭାପତି ସୁନୀଲ ମେହେର, ସଂପାଦକ ଚୈତନ ମେହେର, ଅମିତ ମେହେର, କାନ୍ତ, ଶୁଧିର, ଗୋପାଳ, ସୁନୀଲ, ସନୁ, ପିଣ୍ଟୁ, ମଣ୍ଟୁ, ଚୁଡା, ଆଲୋକ, ଟିକୁ, ବବ୍ଲୁ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.