ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳିତ

ପାଟଣା, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ଓ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୁଣ୍ୟ ଜନ୍ମ ତିଥି ପାଟଣା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ପୂର୍ବାହ୍ନ ୧୦ଟା ସମୟରେ ସମ୍ବାଦ-ଆମ ଓଡିଶା ସଂଯୋଜକ ମହେଶ୍ୱର ପୁଷ୍ଟିଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ଉପଦେଷ୍ଟା ବିଦ୍ୟାଧର ମହାନ୍ତ ଯୋଗଦେଇ ‘ନିଶା ନିବାରଣ ବ୍ରତ ପାଳନ ଆଗାମୀ ଦିନରେ ନିଶାମୁକ୍ତ ଓଡିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରିଥିଲେ । ମୁଖ୍ୟ ବକ୍ତା ଭାବରେ ସାଂସଦଙ୍କ ପ୍ରତିନିଧି ପ୍ରହ୍ଲାଦ କୁମାର ପଲେଇ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଡ ପାଟଣା ସରପଞ୍ଚ ବିନତି ବାନରା ଓ ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ସମ୍ବାଦ ଆମ ଓଡିଶା ସଂଯୋଜକ ମହେଶ୍ୱର ପୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସାହିତ୍ୟ ଘର ସଦସ୍ୟ, ସଦସ୍ୟା, ରକ୍ତଦାତା ଓ ବହୁ ସଂଖ୍ୟାରେ ଶୁଭେଚ୍ଛା ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଜୟ କୁମାର ମହାନ୍ତ, ସଞ୍ଜୟ ପଲେଇ, କପିଳେ ଚନ୍ଦ୍ର ବାରିକ, ସୁଚିତ୍ର ମହାନ୍ତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.