ସେକ୍ଟର – ୧୯ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାରର ସେକ୍ଟର -୧୯ ସ୍ଥିତ ସାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ୮ମ ବାର୍ଷିକ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୋହିତ ଅରବିନ୍ଦ ପଣ୍ଡା ଭାଇଙ୍କ ପୌରହିତ୍ୟରେ ହୋମ ଯଜ୍ଞ ସମସ୍ତଙ୍କ କଲ୍ୟାଣ ନିମନ୍ତେ କରାଯାଇଥିଲା । ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ ମାର୍ଥା ତାଙ୍କ ମାର୍ଗଦର୍ଶନରେ ଯୋଗର ଗୁଢ଼ ତତ୍ୱ, ନିରୋଗ ଜୀବନ ଯାପନ, ତଥା ସୁସ୍ଥ ଓ ସବଳ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନି ସ୍ୱାଇଁ, ଜିଲ୍ଲା ବିଏସ୍‌ଟି ପ୍ରଭାରୀ ନରେନ୍ଦ୍ର ବେହେରା ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ୱ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା, ସଂଯୋଜନା କରିଥିଲେ ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ ଓ ଏହି କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସା । ଏଥିରେ ବହୁସଂଖ୍ୟାରେ ଯୋଗ ଶିକ୍ଷକ, ସାଧକ ସାଧିକା ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ । ପରିଶେଷରେ ଗତ ଜୁଲାଇ ମାସରେ ଆରମ୍ଭ ହୋଇଥିବା ସହ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ସମାପ୍ତି କରାଯାଇ ଉଭୟ ଥିଓରୀ ଓ ପ୍ରାକ୍ଟିକଲ୍ ପରୀକ୍ଷା ଏହି ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫୦ରୁ ଅଧିକ ପରୀକ୍ଷା ଦେଇ ଥିଲେ ବୋଲି ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.