ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ରେଣୁଧର ସାହୁ । ଛାତ୍ରୀ ଏଲିନା ଧରୁଆ, ନମିତା ଧରୁଆ, ଭୂମିସୁତା ଭୋଇ, ମିନାକ୍ଷୀ ଭୋଇ ଓ ପୁନମ ପଟେଲ ସ୍ୱଭାବ କବିଙ୍କ ସ୍ମୃତିଚାରାଣ କରିଥିଲେ । କବିଙ୍କ ରଚିତ କାଳଜୟୀ କବିତା ଗୁଡିକ ମଧ୍ୟରୁ ଚାରିଟି କବିତା ସାମୁହିକ ଗାନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ, ଶିକ୍ଷକ ଶ୍ରୀ ଲେଖ୍ରୁ ବାରିକ ମଧ୍ୟ କବିଙ୍କ ଗୁଣଗାନ କରିଥିଲେ । ଶିକ୍ଷକ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.