ଭାଟକୁମୁରଢ଼ା ‘ପ୍ରୟାସ’ ଟ୍ରେନିଙ୍ଗ ସେଣ୍ଟରରେ ସ୍ଵାଧୀନତା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଭାଟକୁମୁରଢ଼ା ଗ୍ରାମର ବ୍ଲାକ ପେନ୍ଥର ସ୍କିଲସ୍ ଟ୍ରେନର ଦ୍ୱାରା ପରିଚାଳିତ ‘ପ୍ରୟାସ’ ଟ୍ରେନିଙ୍ଗ ସେଣ୍ଟରରେ ୭୮ତମ ସ୍ଵାଧୀନତା ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ସେଣ୍ଟର ମୁଖ୍ୟ ବୀର କିଶୋର ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ ଏବଂ ଅନୁଷ୍ଠାନ ର ଆଭିମୁଖ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ’ ଏହି ଅନୁଷ୍ଠାନରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୯୦ ଜଣ ଅନୁସୂଚିତ ଜାତି, ଜନଜାତି ବର୍ଗର ଝିଅମାନେ ଯାହାଙ୍କର କି ୧୮ ବର୍ଷରୁ ୩୫ବର୍ଷ ମଧ୍ୟରେ ହୋଇଥିବା ଯୁବତୀମାନେ ଏଠାରେ ସିଲେଇ ଶିକ୍ଷା ଲାଭ କରୁଛନ୍ତି । ଅନୁଷ୍ଠାନର ଟ୍ରେନର ଆରତୀ ଦାଶ କାବେରୀ ଗୌଡ଼, ମନ୍ଦରିକା ନାୟକ ପ୍ରମୁଖ ଯୋଗଦେଇ ସ୍ଵାଧୀନତା ଦିବସର ମହତ୍ତ୍ୱ ପ୍ରତିପାଦନ କରିବା ସାଂଗକୁ ଦକ୍ଷତା ବିକାଶ ଦିଗରେ ଶିକ୍ଷାର୍ଥୀମାନଙ୍କୁ ଅନେକ ଦିଗଦର୍ଶନ ଦେଇଥିଲେ । ଶେଷରେ ସୁନୀତା ସାହୁ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.