କପିଲାଭଟାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦୁର୍ଦ୍ଦକ୍ଷ ହଂସ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ପ୍ୟାରେଡ୍‌ ଅବିଭାଦନ ଗ୍ରହଣ କରିଥିଲେ । ସମ୍ମାନିୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ନେତ୍ରାନନ୍ଦ ସଗରିଆ ପ୍ରମୁଖଙ୍କ ସହ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି କପିଲାଭଟା ଅମୃତ ସରୋବର ଠାରେ ମୁଖ୍ୟ ଅତିଥି ଭାବେ ଗାଁର ସ୍ୱେଚ୍ଛାସେବୀ ଶୋଭା ହଂସ ପତାକା ଉତ୍ତୋଳନ କରିଥିଲେ । ମାଁ ସାହାଜି ଯୁବକ ସଂଘର ସଂଯୋଜକ ପୃଥିରାଜ ବାଗ, ସମ୍ପାଦକ ହୁଲେଶ୍ୱର ହଂସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

Leave A Reply

Your email address will not be published.