ଡଙ୍ଗରପଡ଼ା, କୋକଡୁଙ୍ଗୁରୀରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡ଼ଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗୁରିଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଆଦି କନ୍ଧ ବୁଡୁକା ପ୍ରଗଣା ବଙ୍ଗୋମୁଣ୍ଡା ବ୍ଲକ ଡ଼ଙ୍ଗରପଡା ଶାଖା ଆନୁକୂଲ୍ୟରେ ପ୍ରଗଣା ସଭାପତି ଲଳିତ ଯାନୀଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଆଦିବାସୀ ଦିବସ ପାଳନ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟ ଦେବୀ ମା’ ଜାଡେନଙ୍କ ପୂଜାର୍ଚନା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସଭାପତି ସୁରେଶ ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମ୍ପାଦକ ଡିଙ୍ଗର ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି କୁବେର ଭୋଇ ଓ ମୁଖ୍ୟବକ୍ତା ଭାବେ ଧରଣୀ ପେନୁ ସଂଗଠନର ରାଜ୍ୟ ସଂଯୋଜକ ଛବିରାବଣ ଯାନୀ ଯୋଗ ଦେଇଥିଲେ । ଆଦିବାସୀମାନଙ୍କର ବିକାଶ ତଥା ସଂସ୍କୃତି ପରମ୍ପରା କିପରି ବଞ୍ଚି ରହିବ ସେ ବିଷୟରେ ଆଲୋଚନା ହୋଇଥିଲା । ପରିବେଶ ସୁରକ୍ଷା, ଜଳ, ଜଙ୍ଗଲ, ଜମିର ସୁରକ୍ଷା ପାଇଁ ପ୍ରତ୍ୟେକ ଆଦିବାସୀ ଘରେ ଗଛ ଲଗାଇ ଆଦି ସଂସ୍କୃତିକୁ ବଞ୍ଚାଇବା ପାଇଁ ମୁଖ୍ୟବକ୍ତା ବକ୍ତବ୍ୟ ଦେଇଥିଲେ । ସୁପ୍ରିମ କୋର୍ଟର ରାୟ ଆଦିବାସୀ ଭିତରେ ଉପ ବର୍ଗୀ କରଣକୁ ବିରୋଧ କରାଯିବ ବୋଲି ଗୁରୁତ୍ୱରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଧନୁର୍ଯ୍ୟ ମାଝୀ, ତିଳ ଭୋଇ, ଗଣେଶ ଭୋଇ, ପବିତ୍ର ଭୋଇ, ଯଶୋବନ୍ତ ଭୋଇ ପ୍ରମୁଖ ସହଯୋଗ କରିଥିବା ବେଳେ କପିଳାସ ଭୋଇ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.