ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗ ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ପାଳନ କରାଯାଏ । ଏହି ଅବସରରେ ବିଶ୍ଵବିଦ୍ୟାଳୟରେ ଉପସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ପରିଚାଳନା ଡ. ସଂଦୀପ କୁମାର ଦାସ କରିଥିବା ବେଳେ ଗୃହ ବିଜ୍ଞାନର ଅଧ୍ୟାପିକା ମାନେ ସହଯୋଗ କରିଥିଲେ । ଡ. କୃଷ୍ଣ ସ. ପାଳ ଏହି ଅବସରର ଗୁରୂତ୍ଵ ଉପରେ ଆଲୋକପାତ କରିଥିଲେ । ଗୃହ ବିଜ୍ଞାନ ବିଭାଗର ମୁଖ୍ୟା ଡ. ସସ୍ମିତା ବେହେରା ଏହି କାର୍ଯ୍ୟକ୍ରମର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗୃହ ବିଜ୍ଞାନ ବିଭାଗର ଅଲିତା ମିଞ୍ଜ, ଅସ୍ମୀତା ବେଉରା ଓ ମାନସି ମେହେରଙ୍କ ସମେତ ସମସ୍ତ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.