ପଦ୍ମପୁର ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ଥିକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ ଜୀବନରେ ଏହାର ଯଥେଷ୍ଟ ଭୂମିକା ରହିଛି ବୋଲି ମନ୍ତବ୍ୟ ରଖିଥିଲେ । ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଏମ୍‌. କମ୍‌. ବିଭାଗର (ଡିଷ୍ଟାନ୍ସ ଓ ଅନ୍‌ଲାଇନ୍‌ )ଏସିଷ୍ଟାଣ୍ଟ ପ୍ରଫେସର ଡ. ଗୋପାଳ ଭୁଆ ଯୋଗଦେଇ ପିପିଟି ମାଧ୍ୟମରେ ‘ବାଣିଜ୍ୟ ଶିକ୍ଷା ଓ ବୃତ୍ତି ସୁଯୋଗ’ ସନ୍ଧର୍ଭ ଉପସ୍ଥାପନା କରି ଭବିଷ୍ୟତରେ ଗବେଷଣା ପ୍ରତି ଆଗ୍ରହ ରଖିବା ନେଇ ଉତ୍ସାହିତ କରିଥିଲେ । ବିଭାଗ ମୁଖ୍ୟ ନବକୃଷ୍ଣ ମିଶ୍ର ଅତିଥି ପରିଚୟ କରିବା ସହ ବାଣିଜ୍ୟ ଶିକ୍ଷା ଉପରେ ଆଲୋକପତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପ୍ସା ଚନ୍ଦ୍ର।କର ଓ ଜଗବନ୍ଧୁ ସୁରୁଜାଲଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଅଧ୍ୟାପକ ବ୍ରଜ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.