ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ଦ୍ଵାରା ବିଦ୍ୟାଳୟର ପତାକା ଉତ୍ତୋଳିତ ହେଲା ପରେ ସମସ୍ତ ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ବ୍ୟାଣ୍ଡର ତାଳେ ନାରୀ ଶିକ୍ଷାର ପ୍ରସାର ପାଇଁ ନଗର ପରିକ୍ରମା କରିଥିଲେ । ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକ ସଭାପତିତ୍ୱ କରିଥିବା ବେଳେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ବଲପୁର ଜିଲ୍ଲା ଧନକଉଡ଼ାର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ, ରାଜବୋରା ସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ, ଝାରବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶୁଭମ ପତି, ପ୍ରତିଷ୍ଠାତା ସଭ୍ୟ ନବୀନ ଚନ୍ଦ୍ର ପାଢ଼ୀ, ମନୋରଞ୍ଜନ ସିଂହ ବରିହା, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ସମାଜ ସେବୀ ନିରୋଜ ଦୋରା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ପର୍ସନ ବିନିଲତା ସାହୁ ଓ ଭାଇସ୍ ଚେୟାର ପର୍ସନ ନମିତା ସାହା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପୂର୍ବତନ ଶିକ୍ଷକ ଜୀବନାନନ୍ଦ ସାହୁ, ପୂର୍ବତନ ଶିକ୍ଷକ ସୁରେନ୍ଦ୍ର କୁମାର ଭୋଇ, ବୃନ୍ଦାବନ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ରବିନା ପଧାନ ସଭାକୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶିକ୍ଷକ ମାନସ ରଞ୍ଜନ ଶତପଥୀଙ୍କ ଦ୍ଵାରା ପ୍ରସ୍ତୁତ ବିଦ୍ୟାଳୟର ତ୍ରୈମାସିକ ପତ୍ରିକା ‘ପ୍ରୟାସ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ବିଦ୍ୟାଳୟର ଏହି ଦିବସକୁ ସ୍ନୃତିମୟ କରିବା ପାଇଁ ଅତିଥିମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଗଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ପୂଜାରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସଫଳ କରିବା ପାଇଁ ଜ୍ୟୋତ୍ସା ରାଣୀ ସାହୁ,ସଂଯୁକ୍ତା ଭୋଇ, ମନିଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ମମତା ମିଶ୍ର, ପ୍ରଭାତୀ ପଟ୍ଟନାୟକ, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର ସହାୟତା କରିଥିଲେ । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିଲା ।

jittmm
Leave A Reply

Your email address will not be published.