ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହା ବିଦ୍ୟାଳୟରେ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ସମ୍ବଲପୁରୀ ଦିନ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଘରଯୁଗୀ ଗଡତିଆ ଯୋଗଦେଇ ଆମ ପଶ୍ଚିମାଞ୍ଚଳର ଭାଷା ସମ୍ବଲପୁରୀ ସାହିତ୍ୟର ମାର୍ମିକ ଉପସ୍ଥାପନା କରିବା ସହ ଗୁରୁ ସତ୍ୟନାରାୟଣ ବହିଦାର, ନୀଳମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ, ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ । ସଂସ୍କୃତିର ଅନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାଇତ ହୋଇଯାଉଛି ସେ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଛାତ୍ରୀ ମାନଙ୍କସହ ଆଲୋଚନା କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧ୍ୟାପିକା ପିଙ୍କି ବାରିକ ଅତିଥି ମାନଙ୍କୁ ସ୍ଵାଗତ ସମ୍ଭାଷଣ କରିଥିଲେ । ଦ୍ଵୀପ ପ୍ରଜ୍ୱଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା, କାକରା, ମଣ୍ଡା, ଚାଉଳ ବରା, ପକୁଡ଼ି, ପ୍ରଭୃତି ଖାଦ୍ୟ ଗ୍ରହଣ ସହ ପରିଶେଷରେ ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ନେପାଲ ବିଶ୍ୱାଲ ଅଧ୍ୟାପିକା ପୁନମ ସାହୁ, ସସ୍ମିତା ମେହେର, ମନୀଷା ଭୋଇ, ଶୋଭାବତୀ ଥପା, ପରିଣୀତା ପଧାନ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ୍ ଭୁଏ, ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.