ଜେନିଥ ଲାଇନ୍ସ ଗୁରୁକୁଳରେ ସମ୍ବଲପୁରୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିବସ ଭାବରେ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଣ୍ଡୋସିଲ କଲେଜର ଓଡିଆ ଅଧ୍ୟାପକ ସନ୍ତୋଷ ସିଂହ ଠାକୁର ଯୋଗଦାନ ଦେଇଥିଲେ । ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ତାଙ୍କୁ ସ୍ଵାଗତ ଜଣାଇଥିଲେ । ଶ୍ରୀ ଠାକୁର ଓ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ସମ୍ବଲପୁରୀ ଦିବସ ପାଳନର ମହତ୍ତ୍ଵ ଓ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ସଙ୍ଗୀତ ପରିବେଷଣ ହୋଇଥିଲା । ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ଦିବସ ପାଳନର ମହତ୍ତ୍ଵ ବିଷୟରେ କହିଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

Leave A Reply

Your email address will not be published.