ନବୋଦୟ ବିଦ୍ୟାଳୟରେ ଗଛଟିଏ ମା’ ପାଇଁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ‘ସାମ୍ପ୍ରଦାୟିକର ଯୋଗଦାନ ଦିବସ’ ପାଳିତ ହୋଇଯାଇଛି । ଏହି ଦିବସରେ ‘ଗଛଟିଏ ମା’ ପାଇଁ’ କାର୍ଯ୍ୟକ୍ରମ ମଧ୍ୟ ପାଳିତ ହୋଇଯାଇଛି । ଯେଉଁଥିରେ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କର ମା’ ତଥା ଅଭିଭାବକ ମାନେ ଯୋଗଦେଇ ବିଦ୍ୟାଳୟ ତଥା ଆଖପାଖରେ ବୃକ୍ଷରୋପଣ କରିଥିଲେ ଯାହାକି ଏକ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି କରିଥିଲା । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ତ୍ରିପାଠୀ ଶିକ୍ଷା ସପ୍ତାହ ଦିବସର ମହତ୍ତ୍ୱ ସାଙ୍ଗକୁ ମଣିଷ ଜୀବନରେ ଗଛର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ବିଦ୍ୟାଳୟର ଇକୋ କ୍ଲବ ଅଧିକାରୀ ସୁରେଶ କୁମାର ମିଶ୍ର ଏବଂ ଇତିସ୍ମିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ବିଦ୍ୟାଳୟର ଏଭଳି ଏକ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମକୁ ସାଧାରଣ ଜନତା ତଥା ଅଭିଭାବକମାନେ ଭୂୟଶୀ ପ୍ରଶଂସା କରିବା ସହିତ ଅଧ୍ୟକ୍ଷଙ୍କର ଏଭଳି କାର୍ଯ୍ୟକ୍ରମ ଆୟୋଜନର ମନୋଭାବ ନିମନ୍ତେ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.