ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଗୃହ ବିଜ୍ଞାନ ବିଭାଗରେ ଜାତୀୟ କାରଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରସ୍ଥ ଗୃହ ବିଜ୍ଞାନ ବିଭାଗରେ ଶୁକ୍ରବାର ଦିନ ଜାତୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ କ୍ୟାପ୍‌ଟେନ୍‌ ନାରାୟଣ ବିଶୋଇ ଯୋଗଦେଇ କାରଗିଲ ସେକ୍ଟରରେ କାର୍ଯ୍ୟରତ ବୀରସେନା ମାନଙ୍କର ଭୂମିକା ସଂପର୍କରେ ଅବଗତ କରାଇ କ୍ୟାପ୍‌ଟେନ୍‌ ସାହେବ୍ ଏହି ଦିବସର ମହତ୍ତ୍ଵ ସଂପର୍କରେ ପ୍ରତିପାଦନ କରି ଛାତ୍ରୀମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଏହି ଅବିସ୍ମରଣୀୟ ଓ ଐତିହାସିକ ଦିବସଟିକୁ ସ୍ମରଣ କରି ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକା ମାନେ ନିଜର ବକ୍ତବ୍ୟ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ । ବିଭାଗୀୟ ମୁଖ୍ୟା ପ୍ରଧ୍ୟାପିକା ଡ. ସସ୍ମିତା ବେହେରା ଏବଂ ଅଧ୍ୟାପିକା ଅଲିତା ମିଞ୍ଜ ଓ ଅନିତା ପାଣ୍ଡେ ଏବଂ ଛାତ୍ରୀ ମାନେ କାରଗିଲ ଯୁଦ୍ଧରେ ସହିଦ୍ ଭାରତୀୟ ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ । ଶେଷରେ ଅଧ୍ୟାପିକା ଅଲିତା ମିଞ୍ଜ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.