ବରଗଡ଼ ମହିଳା ସମିତି ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ମହିଳା ସମିତି ତରଫରୁ ୨୫ତମ କାରଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାମାନଙ୍କ ବଳିଦାନ ସ୍ମୃତିଚାରଣ ପୂର୍ବକ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆଜି ସନ୍ଧ୍ୟାରେ ସମିତିର ସଭାଗୃହ ଠାରେ ସଭାପତି ହରଜିନ୍ଦର୍ କୌରଙ୍କ ସଭାପତିତ୍ୱରେ ନିରବ ପ୍ରାର୍ଥନା ପୂର୍ବକ ସହିଦ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ କାରଗିଲ ଯୁଦ୍ଧ ପୃଷ୍ଠଭୂମି ଉପରେ ଆଲୋଚନା କରାଯାଇଥିଲା । ୧୯୯୯ ମସିହା ମେ’ ମାସରେ କାରଗିଲ ଯୁଦ୍ଧ ସାରା ଦେଶବାସୀଙ୍କ ହୃଦୟରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଶିହରଣ । ଭାରତ ପାକିସ୍ଥାନ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ହୋଇଥିଲା ଛାୟା ଯୁଦ୍ଧ । ସାର୍ବଭୌମତ୍ୱ ରକ୍ଷା ନିମନ୍ତେ ଭାରତୀୟ ସେନା ଘୋଷଣା କରିଥିଲା ‘ଅପରେସନ୍‌ ବିଜୟ’ । ଏହି ଅପରେସନ୍‌ରେ ସେନା ବାହିନୀର ୫୨୪ ଜଣ ବୀରଯବାନ ସହିଦ ହୋଇଥିଲେ । ୧୩୬୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ ବୋଲି ଯୁଦ୍ଧର ଲୋମ ଟାଙ୍କୁରା ଯୁଦ୍ଧ ବିଭୀଷିକାର ତଥ୍ୟ ମମତା ମିଶ୍ର ଅବଗତ କରାଇଥିଲେ । ଏହି ନିରାଡମ୍ବର ଉତ୍ସବରେ ସମିତିର ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ, ଉପସଭାପତି ମନ୍ଦାକିନୀ ପତି, ସୁଧାଂଶୁବାଲା ଦାସ, ଜୟଗିତା ପଣ୍ଡା, ଅଞ୍ଜନା ଦାସ, ସ୍ଵାଧୀନୀ ଦାଶ, ଦେବକୀ ମେହେର, ପ୍ରତିମା ବାରିକ, ମାମି ମିଶ୍ର, ପଦ୍ମିନୀ ସାହୁ, ଜୟଶ୍ରୀ ପଣ୍ଡା, ସୁଷମା ମିଶ୍ର, ଡଲି ଗଡତିଆ, ପଦ୍ମିନୀ ପଧାନ, ମଞ୍ଜୁ ସାହୁ, ତନିମା ଦାସ, ସୁମିତ୍ରା ଦାଶ, ସସ୍ମିତା, ସୀମା, ଦୀପମାଲା, ସଂଗୀତା, ପ୍ରଣତୀ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.