ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲାର ୬୭ତମ ସ୍ଥାପନ ସମାରୋହ ଇତିମଧ୍ୟରେ ସ୍ଥାନୀୟ ରାଉରକେଲା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପିଡିଜି ରୋଟାରୀୟାନ୍ ରଂଜିତ ସାଇନି, ଏଫ୍. ସି. ମହାନ୍ତି, ଆଇ. ପି. ଡି. ଜି. ମଞ୍ଜିତ ସିଂ ଅରୋରା ଏବଂ ଅମିତ ଜୟସ୍ୱାଲ, ଏ. ଜି. ସଞ୍ଜୟ ପୁରୋହିତ ପ୍ରମୁଖ ଉପସ୍ଥିତ ରହି ଉତ୍ସବର ଗୌରବ ବୃଦ୍ଧି କରିଥିଲେ । କ୍ଲବର ସଭାପତି ପରଭେଜ ଅରୋରା ତାଙ୍କ ବକ୍ତବ୍ୟରେ ଗତ ୨୦୨୩- ୨୪ ବର୍ଷରେ ଅନୁଷ୍ଠିତ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ରୋଟାରୀୟାନ୍ ବିନୋଦ ଗୋଏଲ ରୋଟାରୀ କ୍ଲବର ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହ ପ୍ରମୁଖ ୭ଟି କ୍ଷେତ୍ର ସମ୍ପର୍କରେ ସୂଚନା ଦେଇଥିଲେ । ଚଳିତ ୨୦୨୪-୨୫ ବର୍ଷ ପାଇଁ ରୋଟାରୀ କ୍ଲବର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ସହିତ ନୂତନ କମିଟି ଓ ସଭାପତି ଭାବେ କଳ୍ପନା ଶତପଥି, ସମ୍ପାଦକ ସୁଭାଶିଷ ସାମଲ ଦାୟିତ୍ୱ ଗ୍ରହଣ କରିବା ସହ ଶପଥ ପାଠ କରିଥିଲେ । ମୁଖ୍ୟ ଅତିଥି ରଞ୍ଜିତ ସାଇନି ରୋଟାରୀୟାନ୍ ବାସନ୍ତୀ ମହାନ୍ତିଙ୍କୁ ପି. ଏଚ୍. ଏଫ୍ ପିନ ହସ୍ତାନ୍ତର କରିଥିଲେ । ଏହି ଅବସରରେ କ୍ଲବର ବୁଲେଟିନ୍କୁ ଉନ୍ମୋଚନ କରାଯାଇଥିଲା । ପି. ଡି. ଜି ରଂଜିତ ଏବଂ ଡି. ଜି. ଇ ଅମିତ ସେମାନଙ୍କ ବକ୍ତବ୍ୟରେ ରୋଟାରୀ କ୍ଲବର ଅଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ସେବା କାର୍ଯ୍ୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ନୂତନ ଦାୟିତ୍ୱ ଗ୍ରହଣ ପରେ ସଭାପତି ଶ୍ରୀମତୀ ଶତପଥି ବୋର୍ଡ ଅଫ ଡାଇରେକ୍ଟର ଓ କମିଟି ସଦସ୍ୟ, ସଦସ୍ୟା ମାନଙ୍କୁ ପରିଚିତ କରାଇଥିଲେ । ନୂତନ ସମ୍ପାଦକ ଶ୍ରୀ ସାମଲ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ରୋଟାରୀୟାନ୍ ହୀରାଲାଲ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲା । କାର୍ଯ୍ୟକ୍ରମକୁ ରୋଟାରୀୟାନ୍ କୋଏନା ଦସ୍ତିଦାର ସଂଯୋଜନା କରିଥିଲେ । କ୍ଲବର ସଦସ୍ୟ, ଅତିଥି ରୋଟାରିଆନ୍, ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
Prev Post