om academy

ଏନସିସି ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ମହୋତ୍ସବ ପାଳିତ

jsm

ପୁରୀ, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଅଭିନବ ପରିକଳ୍ପନା ଅନ୍ତର୍ଭୁକ୍ତ ଏକ ଭାରତ ଶ୍ରେଷ୍ଠ ଭାରତ ସପ୍ତାହ ମହୋତ୍ସବ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀ ଆନୁକୁଲ୍ୟରେ ଜାତୀୟ ସ୍ତରୀୟ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ୟ୍ୟକ୍ରମ ର ପ୍ରଯୋଜକ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଥିବା ବେଳେ ଅତିଥି ରାଜ୍ୟ ଭାବରେ ଦିଲ୍ଲୀ ଏନସିସି ନିର୍ଦ୍ଦେଶାଳୟର ଏନସିସି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ୨୦୦ ଏନସିସି ଛାତ୍ରଛାତ୍ରୀ ସହିତ ଦିଲ୍ଲୀର ୨୦୦ ଏନସିସି ଛାତ୍ରଛାତ୍ରୀ ମଧ୍ୟ ଭାଗ ନେଇଥିଲେ। ଏହା ସହିତ ଅନେକ ଏନସିସି ଅଫିସର ଦେଶର ବିଭିନ୍ନ ଭାଗରୁ ଯୋଗ ଦେଇଥିଲେ। ପ୍ରଥମ ଥର ପାଇଁ ଷଷ୍ଠ ଓଡ଼ିଶା ଏନସିସି ବାଟାଲିୟନ ପୁରୀକୁ ଏହାର ଅଯୋଜନ କରିବାର ଦାୟିତ୍ୱ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏନସିସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ଆଜାଦ୍ ଯୋଗଦେଇ ବିଭିନ୍ନ ବିଷୟରେ ଭାଗନେଇ ଥିବା ସମସ୍ଥ ଏନସିସି ଛାତ୍ରଛାତ୍ରୀ ଓ ଏନସିସି ଅଫିସର ଙ୍କୁ ପ୍ରଶଂସା କରିବା ସହିତ କରୋନା ସମୟରେ ସମସ୍ତେ ସୁସ୍ଥ ଓ ନିରାପଦ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଏକ ଭାରତ ଶ୍ରେଷ୍ଠ ଭାରତ ମହୋତ୍ସବ ଦ୍ବାରା ବିଭିନ୍ନ ରାଜ୍ୟର ସାମାଜିକ,ସାଂସ୍କୃତିକ,ପ୍ରାକୃତିକ କଳା ଶିକ୍ଷା,ଭାଷା,ପର୍ୟ୍ୟଟନ ଆଦି ଅନେକ ବିଷୟରେ ଛାତ୍ରଛାତ୍ରୀ ମାନେ ଶିକ୍ଷା କରିପାରିବେ। ଆମ ଦେଶରେ ଅନେକ ବିଭିନ୍ନତା ଭିତରେ ଏକତା ହୋଇ ରହିବା ଏବଂ ସାମାଜିକ ସାଂସ୍କୃତିକ ସ୍ଥାପନାରେ ଏହା ଏକ ସୁଚିନ୍ତିତ ପ୍ରୟାସ । ଜାତୀୟ ସ୍ତରୀୟ ଏହି ଏନସିସି କ୍ୟାମ୍ପ ଷଷ୍ଠ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର କମାଣ୍ଡିଂ ଅଫିସର କର୍ଣେଲ ପ୍ରସନ୍ନ କୁମାର ପଣ୍ଡାଙ୍କ ଦକ୍ଷତାପୁର୍ଣ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଥିଲା । କରୋନା ବିରୋଧରେ ଦେଶ ଲଢେଇ ଜାରି ରଖିଥିବା ବେଳେ ଛାତ୍ରଛାତ୍ରୀ ମାନେ ଘରେ ବନ୍ଦୀ ହୋଇ ରହିଥିବା ସମୟରେ ଏହି କାର୍ୟ୍ୟକ୍ରମରେ ଦୁଇ ରାଜ୍ୟ ର ସମସ୍ତ ୪୦୦ ଏନସିସି ଛାତ୍ରଛାତ୍ରୀ ଘରେ ରହି ଯୋଗ ଦେଇଥିବାରୁ କର୍ଣେଲ ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହିତ ଜାତୀୟ ସ୍ତରୀୟ ଏହି କାର୍ୟ୍ୟକ୍ରମଟିକୁ ଆୟୋଜନ କରିବାକୁ ସୁଯୋଗ ଦେଇଥିବାରୁ ଏନସିସି ମହାନିର୍ଦେଶାଳୟ ନୂଆଦିଲ୍ଲୀ ଓ ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଜଣାଇଥିଲେ। ଗୁଗୁଲୁ ମିଟ ମାଧ୍ୟମରେ ପାଞ୍ଚ ଦିନିଆ ଏହି ଜାତୀୟ ସ୍ତରୀୟ ୱେବନାର କୁ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଡ଼ଃ ସଞ୍ଜୟ କୁମାର ସୁନ୍ଦରାୟ ଦକ୍ଷତାପୁର୍ଣ ସୁପରିଚାଳନା କରି ସମସ୍ତ ୫୦୦ କ୍ୟାଡେଟ୍ ଓ ଏନସିସି ଅଫିସର ଙ୍କୁ ଅନଲାଇନ୍ ଯୋଗେ ଏକାଠି କରିବାକୁ ସକ୍ଷମ ହୋଇଥିଲେ। ଏଥିରେ ଓଡ଼ିଶା ପକ୍ଷରୁ ଏସ୍ ଏମ ଏସ କଲେଜ୍ ର ଅଧିକାରୀ ଡ଼ଃ ଶୁଭେନ୍ଦୁ କୁମାର ମିଶ୍ର, ରାଜଧାନୀ କଲେଜର ଅଧିକାରୀ ଡ଼ଃ ବିଭୂତି ଭୂଷଣ ମହାପାତ୍ର ଏବଂ ବିଜେବି ସ୍କୁଲର ଅଧିକାରୀ ବରଦା ପ୍ରସାଦ ପାଇକରାୟ ସମେତ ଅନେକ ଅଧିକାରୀ ତଥା ଛାତ୍ରଛାତ୍ରୀ ଓଡ଼ିଶାର ସଂସ୍କୃତି,କଳା,ଖାଦ୍ୟ,ପର୍ୟ୍ୟଟନ ସମେତ ଅନେକ ବିଷୟରେ ଆଲୋକପାତ କରିଥିବା ବେଳେ ଅଧିକାରୀ ତାରେକ୍ କୁମାର ସ୍ବାଇଁ ଏବଂ ଚିତ ରଞ୍ଜନ ପାଇକରାୟ ସେମାନଙ୍କୁ ସହଯୋଗ କରିଥିଲେ। ସେହିପରି ଦିଲ୍ଲୀ ପକ୍ଷରୁ ଏନସିସି ଅଧିକାରୀ ଲେପ୍ଟନାଣ୍ଟ ସୁନିତା,ଲେପ୍ଟନାଣ୍ଟ କିଶନ କୁମାର ଓ ଏନସିସି ଅଧିକାରୀ ସଂଗୀତା ଭରଦ୍ୱାଜଙ୍କ ସମେତ ଅନେକ ଅଧିକାରୀ ତଥା ଛାତ୍ରଛାତ୍ରୀ ଦିଲ୍ଲୀର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ,ଗୀତ,ନୃତ୍ୟ ଆଦି ବିଷୟରେ ଅନଲାଇନ୍ ପ୍ରତିଯୋଗିତା କରି ଶେଷଦିନରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆ ଯାଇଥିଲା। ଓଡିଶା ପକ୍ଷରୁ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ଏବଂ ଦିଲ୍ଲୀ ପକ୍ଷରୁ ରାଜସ୍ଥାନୀ ଓ ପଂଜାବୀ ନୃତ୍ୟ ଏନସିସି ଛାତ୍ରଛାତ୍ରୀ ମାନେ ଘରୁ ସିଧାସଳଖ ପରିବେଷଣ କରିଥିଲେ । ଏହା ଦ୍ବାରା ସମସ୍ତ ଏନସିସି ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟ ସହିତ ନିଜ ରାଜ୍ୟର ଅନେକ ବିଷୟରେ ଶିଖିବାକୁ ପାଇଥିଲେ। ଅନ୍ୟ କେତେକ ନିଜନିଜର ଜ୍ଞାନ,କଳା ନୈପୁଣ୍ୟ ପ୍ରଦଶନ କରିବାକୁ ସୁଯୋଗ ପାଇଥିଲେ ।

Leave A Reply

Your email address will not be published.