
ବଲାଙ୍ଗିର, (କେପିଏନ୍ଏସ୍) : ଗତ ୧୪ ଜୁଲାଇ ଦିନ ସ୍ଥାନୀୟ ହୋଟେଲ ସରୋଜିନୀ ରେସିଡେନ୍ସିରେ ରୋଟାରି ଏଲିଟର ୧୩ତମ ଅଧିଷ୍ଠାନ ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂହଦେଓ ଯୋଗଦେଇ ରୋଟାରି ଏଲିଟର ସମସ୍ତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟତଃ ଉଡାନ କାର୍ଯ୍ୟକ୍ରମ ମାଧ୍ୟମରେ ଝିଅମାନଙ୍କ ସାମଗ୍ରିକ ବିକାଶ ପାଇଁ ହେଉଥିବା ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ରୋଟାରି ଏଲିଟର ଏହିଭଳି ଉଦ୍ୟମରେ ନିଜର ସମ୍ପୂର୍ଣ୍ଣ ସମର୍ଥନ ରହିବ ବୋଲି କହିଥିଲେ ସାଂସଦ ଶ୍ରୀମତୀ ସିଂହଦେଓ । ଏହି କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ରୋଟାରିର ପୂର୍ବତନ ଗଭର୍ନର ଡ. ଅଶୋକ ସିଂହ ଏଲିଟର ଉଡାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ମହିଳା ସଦସ୍ୟଙ୍କୁ ସମ୍ମାନ ଜଣାଇ ୨୦୨୪-୨୫ ପାଇଁ ନେତୃତ୍ୱ ଦେଇଥିବାରୁ ସାଧୁବାଦ ଦେଇଥିଲେ । ପୃଥିବୀରୁ ପୋଲିଓ ନିରାକରଣ ପାଇଁ ରୋଟାରିର ପ୍ରଚେଷ୍ଟା ଆନ୍ତର୍ଜାତିକ ସ୍ଥରରେ ଅନେକ ପ୍ରଶଂସା ପାଇଛି ବୋଲି କହିଥିଲେ । ବାର୍ଷିକ ବିବରଣୀରେ ୨୦୨୩-୨୪ ସଭାପତି ବିଶ୍ୱଜିତ ଦାସ ରୋଟାରି ଏଲିଟର ଉଡାନ, ଗ୍ରୀନ୍ ଡ୍ରିମ୍, ଦୃଷ୍ଟି ତଥା ଜନସଚେତନତା ପାଇଁ ସେମିନାର୍, ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ୨୦୨୩-୨୪ ସମ୍ପାଦିକା ଦିପିକା ପାଣିଗ୍ରାହୀ ସମ୍ପାଦକିୟ ବିବରଣୀ ଉପସ୍ଥାପନ କରିଥିଲେ । ରୋଟାରିଆନ ଅର୍ଚନା ଶତପଥି ଓ ରୋଟାରିଆନ ବବିତା ପାଢ଼ୀ ୨୦୨୪-୨୫ ପାଇଁ ଯଥାକ୍ରମେ ସଭାପତି ଓ ସମ୍ପାଦିକା ଭାବରେ ଶପଥ ନେଇଥିଲେ । ଏହି ସଭାରେ ସମ୍ମାନିତ ଅତିଥି ଭାବରେ ଆସିଷ୍ଟାଣ୍ଟ ଗଭର୍ନର ରାଜକୁମାର ଅଗ୍ରୱାଲ ଯୋଗ ଦେଇଥିଲେ । ୨୦୨୪-୨୫ ପାଇଁ ରୋଟାରି ଏଲିଟର ବୋର୍ଡ ଅଫ ଡିରେକ୍ଟର୍ରେ ଉପସଭାପତି ଭାବରେ ନୂତନ ନାୟକ, ପ୍ରଶାନ୍ତ ବିଶ୍ୱାଳ ସହ ସମ୍ପାଦିକା ଭୂମିକା ଭମର, କୋଷାଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ଦାସ, ସହ କୋଷାଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା, ସରଜେଣ୍ଟ ଏଟ୍ ଆର୍ମସ ସନ୍ଦୀପ ପାଣିଗ୍ରାହୀ ଶପଥ ନେଇଥିଲେ । କ୍ଲବ ନିର୍ଦ୍ଦେଶକ ଭାବରେ ଅସିତ ଷଡ଼ଙ୍ଗୀ, ଦିବେଶ ଚଣ୍ଡୀ ଭମର, ସୁରେଶ ଯାଦବ, ମମତା ପରମାର, ବିକାଶ ଅଗ୍ରୱାଲ, ସିନୁ ସୁନ୍ଦର ପାଢ଼ୀ, ରିଙ୍କୁ ପାତ୍ର, ସୁଜାତା ମହାପାତ୍ର, ଅଜିତ ଶତପଥି, କ୍ଲବ ସଂଯୋଜକ ସଂଜୀବ ନାଏକ ଓ ଉପଦେଷ୍ଟା ଭାବରେ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଅଶୋକ ପାଢ଼ୀ, ନରେନ୍ଦ୍ର ସାହୁ ଓ ସୌମେନ୍ଦ୍ର ପରିଛା ଶପଥ ନେଇଥିଲେ । ଏହି ସଭାରେ ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇ ଏଲିଟ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ଧର୍ମେନ୍ଦ୍ର ନନ୍ଦ ସଂଯୋଜନା କରିଥିଲେ ଓ ଶେଷରେ ସମ୍ପାଦିକା ବବିତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।