ଘୋଷଯାତ୍ରାରେ ଲୋକ ମହୋତ୍ସବ ପାଳିତ

ପୁରୀ : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ପବିତ୍ର ଘୋଷଯାତ୍ରା ଅବସରରେ ବଡ଼ଦାଣ୍ଡ, ପୁରୀ ଠାରେ ୪୮ତମ କାର୍ଯ୍ୟକ୍ରମ ‘ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪’ ଅନୁଷ୍ଠିତ ହୋଇଯାଇଛି । ଆଧ୍ୟାତ୍ମିକ ଗବେଷଣାତ୍ମକ ସାହିତ୍ୟକୁ ବିଶ୍ଵରେ ପ୍ରଚାର କରିବା ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର କରିବା ପାଇଁ କୈବଲ୍ୟ ସାହିତ୍ୟ ସଂସଦର ଶ୍ରେଷ୍ଠ ପ୍ରୟାସ ବୋଲି ପ୍ରତିଷ୍ଠାତା ଓ ସମ୍ପାଦକ ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି । ସଭାପତି ବିଜୟା ଲକ୍ଷ୍ମୀ ସାମନ୍ତରାୟ ଆଧ୍ୟାତ୍ମିକ ଭାବଧାରା ବୌଦ୍ଧିକ ଚେତନାକୁ ସମୃଦ୍ଧ କରିଥାଏ । ସମାଜସେବା ଏବଂ ସାହିତ୍ୟ ସମାଜକୁ ନିୟନ୍ତ୍ରିତ କରିଥାଏ । ଏହି କାର୍ଯ୍ୟକ୍ରମରେ କୈବଲ୍ୟ ଦରବାର ଅତିଥିବୃନ୍ଦ ଭାବେ ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ସମ୍ପାଦକ ନବକାକଳି- ଜଗତସିଂହପୁର, ଡ଼କ୍ଟର ଅନିରୁଦ୍ଧ କୁରକୁରିଆ, ଆଧ୍ୟାତ୍ମିକ ପ୍ରବକ୍ତା- ସୋନପୁର, ହେମନ୍ତ କୁମାର ଜେନା, ସମ୍ପାଦକ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ-କେନ୍ଦ୍ରାପଡ଼ା, ବିପିନ ଦଳେଇ, ସମ୍ପାଦକ ପ୍ରିୟପତ୍ର-ପୁରୀ, ଗଗନ ବିହାରୀ ପ୍ରଧାନ, ସମାଜସେବୀ-ପୁରୀ, ଅଶୋକ କୁମାର ବେହେରା, କଣ୍ଠଶିଳ୍ପୀ- ଭୁବନେଶ୍ୱର, ବିରେନ୍ଦ୍ର କୁମାର ଜେନା, କଣ୍ଠଶିଳ୍ପୀ-ଭଦ୍ରକ, ଦୀପକ କୁମାର ନାୟକ- ଯାଜପୁର, ଅଜୟ କୁମାର ତ୍ରିପାଠୀ- ବାଲେଶ୍ୱର, ମନୋଜ କୁମାର ବାରିକ- ପୁରୀ, ମାନସୀ ପ୍ରଭା ସ୍ୱାଇଁ- ଜଗତସିଂହପୁର ଏବଂ ମନୋରମା ଦାସ ଯୋଗଦେଇ ଆଧ୍ୟାତ୍ମିକ ଭାବନାରେ ଜଗନ୍ନାଥ ଏବଂ ନନ୍ଦିଘୋଷ ରଥର ଜୟଗାନ କରି ବଡ଼ଦାଣ୍ଡ ପରିଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିବା ହଜାରରୁ ଅଧିକ ସମାଜସେବୀ ଏବଂ ବିଭିନ୍ନ ସେବା ଅନୁଷ୍ଠାନକୁ ନନ୍ଦିଘୋଷ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ସାରସ୍ୱତ ସ୍ରଷ୍ଟା ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ‘ସନାତନ ଧର୍ମରେ ଘୋଷଯାତ୍ରାର ଆଧ୍ୟାତ୍ମିକ ପ୍ରଭାବ’ ଶୀର୍ଷକ ଗବେଷଣାତ୍ମକ କବିତା / ଗଳ୍ପ/ ପ୍ରବନ୍ଧ ପାଇଁ ତିନି ଶହରୁ ଅଧିକ ସ୍ରଷ୍ଟାଙ୍କୁ ନନ୍ଦିଘୋଷ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । କଣ୍ଠଶିଳ୍ପୀ ମାନେ ଜଗନ୍ନାଥ ଜଣାଣ ବଡ଼ ଦାଣ୍ଡରେ ଗାନ କରିଥିଲେ । ନବକାକଳି ପତ୍ରିକାର ରଥ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଓଡ଼ିଶୀ ନୃତ୍ୟଶିଳ୍ପୀ ଅନିତା ଭୋଇ ପୁରୀ ବଡ଼ ଦାଣ୍ଡରେ ମାହାରୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ହନୁମାନ ଏବଂ ଭଗବାନ ଶଙ୍କରଙ୍କ ଅବତାର ପ୍ରଦର୍ଶନ କରାଯାଇଥିଲା । କବି ଅଭୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.