ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ନରସିଂହ ପାଢୀ ସଭାପତିତ୍ୱ କରିଥିଲେ ଓ ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପାଢୀ ଯୋଗଦେଇ ଡ. ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ବିଜେପି ଜାତୀୟ ଦଳକୁ ଦୃଢୀଭୂତ କରିବାକୁ ଆହ୍ୱାନ ଦେଇଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଛତ୍ରପୁର ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡ଼ିକୁ ସମାଧାନ କରିବା ଦିଗରେ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ବସନ୍ତ କୁମାର ବେହେରା, ଚୈତନ୍ୟ ପ୍ରଧାନ, ମନୋଜ କୁମାର ବେହେରା, ଶିବପ୍ରସାଦ ସାହୁ, କେଶବ ନାୟକ, ଅନାମ ଚରଣ ପ୍ରଧାନ, ସି. ଏଚ୍‌. ଉଦୟ, ପ୍ରମୋଦ କୁମାର, ପି. ଧର୍ମା ରେଡ୍ଡୀ, ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ମନୋଜ ରେଡ୍ଡୀ, ବିକ୍ରମ ଦାସ, ଅର୍ଜୁନ ବେହେରା, ପ୍ରଫୁଲ୍ଲ ପିଣ୍ଡା ପ୍ରମୁଖ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ତମ ଜୟନ୍ତୀ ଦିବସ ଅବସରରେ ତାଙ୍କରି ସମାଜ ଓ ଦେଶ ପ୍ରତି ରହିଥିବା ବଳିଷ୍ଠ ତ୍ୟାଗ ଓ ଅବଦାନ ସମ୍ପର୍କରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.