ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀଙ୍କ ୩୮ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଭଉଣୀଙ୍କ ୩୮ ତମ ଜନ୍ମଦିନ ଆଶ୍ରମ ପରିସରରେ ଶନିବାର ପାଳିତ ହୋଇଯାଇଛି । ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଥିବା ଭଉଣୀଙ୍କ ଏହି ଜନ୍ମ ଦିନରେ ଅନେକ ଈଶ୍ୱରୀୟ ସନ୍ତାନ ତାଙ୍କରି ଗୁଣଗାନ କରି ଭଉଣୀଙ୍କ ଆଶ୍ରମ ପ୍ରତି ଅବଦାନ, ତ୍ୟାଗପୂତ ଜୀବନ ଉପରେ ସମୀକ୍ଷା କରି ତାଙ୍କର ଯଶସ୍ୱୀ ଜ୍ଞାନ ଉପରେ ସମସ୍ତ ଭାଇ ଓ ଭଉଣୀମାନେ ଭୂୟସୀ ପ୍ରଶଂସା କରିଥିଲେ । ସମସ୍ତେ କେକ୍ କାଟି ଉତ୍ସବ ମନାଇଥିଲେ ଓ ପରେ ସମସ୍ତେ ବ୍ରହ୍ମା ଭୋଜନରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିଲେ । ବି. କେ. ବାଲାକ୍ରିଷ୍ଣା ଭାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.