ppurohit

ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ

2nd

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାସଙ୍କ ଉପସ୍ଥିତିରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟକ ସନତ କୁମାର ଗଡତିଆ, ସମ୍ମାନିତ ଅତିଥି ଭାବେ ବରପାଲି ତହସିଲଦାର ରୁକ୍ମଣ ମେହେର, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଦିନେଶ ଗହୀର, ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ବରପାଲି ବରିଷ୍ଠ ସାମ୍ବାଦିକ ପ୍ରତିନିଧି ପଦ୍ମଲୋଚନ ସାହୁ ଯୋଗଦାନ କରି ଛାତ୍ରୀମାନଙ୍କୁ ପରିବେଶ ସନ୍ତୁଳନ କିପରି ରହିବ, ତା ଉପରେ ଅନେକ ଉପାଦେୟ ତଥ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଖୋଲା ଆଲୋଚନା କରିଥିଲେ । ଯୁବ ରେଡ୍‌କ୍ରସ୍‌ ସଂଯୋଜକ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ରେଡ୍‌କ୍ରସ୍ ସଂଯୋଜିକା ନିଳୀମା ନାୟକ ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକ୍, ସହ ପ୍ରୋଗ୍ରାମ ଅଫିସର ନେପାଲ ବିଶ୍ଵାଳଙ୍କ ସମେତ ଅଧ୍ୟାପିକା ଜ୍ୟୋତି ସାହୁ, ପୁନମ୍ ସାହୁ, ମନୀଷା ଭୋଇ, ଶୋଭାବତୀ ଥପା, ସସ୍ମିତା ମେହେର, ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ବିରେନ୍ଦ୍ର ଖଟୁଆ, ନୃପରାଜ୍ ଭୁଏ, ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀମାନେ ୨୫୧ଟି ଚାରାରୋପଣ କରିଥିଲେ ।

Leave A Reply

Your email address will not be published.