ls

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବନମହୋତ୍ସବ ପାଳିତ

sb

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୭୫ତମ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଶୁକ୍ରବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବାବେଳେ ମୁରିବାହାଲ ବନପାଳ ପୁଷ୍ପାଞ୍ଜଳୀ ଯୋଶୀ, ବରିଷ୍ଠ ଅଧ୍ୟାପକ ନରେନ୍ଦ୍ର ପାଣିଗ୍ରାହୀ ଓ ହୃଦାନନ୍ଦ ପୁହାଣ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବୃକ୍ଷ ହିଁ ଜୀବନ, ଗଛ ବଞ୍ଚିଲେ ଆମେ ବଞ୍ଚିବାର ମହତ୍ତ୍ଵ ବୁଝାଇ ବୃକ୍ଷରୋପଣ କରିଥିଲେ । ଏଥିରେ କଲେଜ ପରିସରରେ ବନବିଭାଗ କର୍ମଚାରୀ ଆଣିଥିବା ମୋଟ ୧୦୦ଟି ଚାରାରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁରିବାହାଲର ୧୦ ଜଣ ବନ କର୍ମଚାରୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରାଯାଇଥିଲା ।

pc pk
Leave A Reply

Your email address will not be published.