ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିିିଅର ରେଡକ୍ର୍‌ସ ତରଫରୁ ବିଶ୍ୱ ସ୍ଥାସ୍ଥ୍ୟ ଦିବସ ପାଳିତ ହାଇଯାଇଛି । ମୁଖ୍ୟଅତିଥି ଭାବରେ ପ୍ରଧାନ ଶିିକ୍ଷକ ବସନ୍ତ କୁମାର ହୋତା ଛାତ୍ରଛାତ୍ରୀ ମାନଙ୍କୁ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ପାଳନ କରିବା ଏବଂ ବାରମ୍ବାର ହାତ ଧୋଇ କରୋନାକୁ ହରାଇବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜରୀ ହାତ ଧୋଇବାର ସୋପାନ ବିଷୟରେ ଶିଖାଇଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ତଥା ରାଜ୍ୟପାଳ ପୁରସ୍କର ପ୍ରାପ୍ତ ପରାମର୍ଶଦାତା ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜୁନିଅର ମାନେ ଶିକ୍ଷା ଗ୍ରହଣ କରିବା ସହିତ ନିଜ ପରିବାର ଏବଂ ଗ୍ର୍‌ାମରେ କରୋନା ସଚେତନତାକୁ ପ୍ରସାର କରିବାକୁ ଶପଥ ନେଇଥିଲେ । ଅଙ୍ଗନବାଡି ୱାର୍କର ବଲ୍ଲଭି ବନଛୋର, ଜୟନ୍ତି ସୁନା, ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜୁନିଅର ସ୍ମିତା ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଇତିଶ୍ରୀ ବାଘ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.