ls

ତେନ୍ତୁଳିଖୁଣ୍ଟିରେ ୭୫ତମ ବନମହୋତ୍ସବ ପାଳିତ

sb

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳିଖୁଣ୍ଟି ଗ୍ରାମରେ ଜଙ୍ଗଲ, ପରିବେଶ ଓ଼ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାରଙ୍କ ବଲାଙ୍ଗିର ବନଖଣ୍ଡ ଓ଼ ମୁରିବାହାଲ ବନାଞ୍ଚଳ ଆନୁକୂଲ୍ୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ବନମହୋତ୍ସବରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ମୁଖ୍ୟ ଅତିଥି, ମୁରିବାହାଲ ବନାଞ୍ଚଳ ଅଧିକାରିଣୀ ତଥା ଏସିଏଫ୍‌ ନିଳାଦ୍ରି ଭୋଇ ଓ ହଳଦୀ ସରପଞ୍ଚ ଶ୍ରୀମତୀ ସୌମିନା ସେଠ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜଙ୍ଗଲ ସମ୍ପଦ ତଥା ବୃକ୍ଷ, ପରିବେଶ ଓ ଜଳବାୟୁର ଦ୍ରୁତ ଅବକ୍ଷୟ ଯୋଗୁଁ ମାନବ ସମାଜ ଓ ପରିବେଶର ଅଶେଷ କ୍ଷତି ହେଉଛି । ଏପରି ସ୍ଥିତିରେ ବୃକ୍ଷରୋପଣ କରି ଏହାର ସୁରକ୍ଷା, ଯତ୍ନ ଓ ଭବିଷ୍ୟତ ପାଇଁ ସଂରକ୍ଷଣ କରି ରଖିବା ଏହି ଉତ୍ସବ ପାଳନର ମୂଳ ଉଦ୍ଦେଶ୍ୟ ଅଟେ । ଏହି ଉତ୍ସବ ପାଳନ ଅବସରରେ ତେନ୍ତୁଳିଖୁଣ୍ଟି ଗ୍ରାମରେ ଅବସ୍ଥିତ ୮ ହେକ୍ଟର ପରିମିତ ଗ୍ରାମ୍ୟ ଜଙ୍ଗଲ ଜମିରେ ୧୨୮୦୦ ସଂଖ୍ୟାର ବିଭିନ୍ନ ଜଙ୍ଗଲ ଜାତୀୟ ଓ ଫଳ ଜାତୀୟ ଗଛ ଏହି ଚଳିତ ବର୍ଷରେ ଲଗାଯିବାକୁ ସ୍ଥିରୀକୃତ ହୋଇଛି । ଗ୍ରାମବାସୀ ମାନଙ୍କୁ ଏହାର ସୁରକ୍ଷା ସହ ଏହାର ଉପଯୁକ୍ତ ଯତ୍ନ ପାଇଁ ଦାୟିତ୍ୱ ଦିଆଯାଇଛି । ଏହି ଉତ୍ସବରେ ଡ଼ଙ୍ଗାବାଞ୍ଜି ବନପାଳ ଘନଶ୍ୟାମ ପସାୟତ, ମୁରିବାହାଲ ବନପାଳ ପୁଷ୍ପାଞ୍ଜଳି ଯୋଶୀ, ଗୁଡ଼ିଘାଟ ବନପାଳ ଆଦିତ୍ୟ ନନ୍ଦଙ୍କ ସହ ବନରକ୍ଷୀ ଅଜିତ ବେହେରା, ଧରିତ୍ରୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଆମ ଜଙ୍ଗଲ ଯୋଜନାର ଟିମ ଲିଡର ଅଜୟ ମହାନ୍ତି, ବିକାଶ ଅଧିକାରୀ ଦିବାକର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ମିଶନ ଶକ୍ତି ବ୍ଲକ ସଂଯୋଜକ ଉଜ୍ୱଳ ପଟେଲ, ବଳରାମ ଭୋଇ, ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଓ ନିଧି ସଂସ୍ଥାର ସଂଯୋଜକ ନବ ବିଶି ଓ ତାଙ୍କର ସହକର୍ମୀମାନେ ଉପସ୍ଥିତ ଥିଲେ । ମୁରିବାହାଲ ବ୍ଲକର କର୍ଯ୍ୟରତ ଏମ୍‌ବିକେ, ସିଆର୍‌ପି, କୃଷକ ସାଥି, କୃଷକ କ୍ଲବ, ଜଙ୍ଗଲ ସୁରକ୍ଷା ସମିତି ଓ ବହୁ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟସଭ୍ୟାମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

pc pk
Leave A Reply

Your email address will not be published.