oum

ମାୟାବର୍ହା ହାଇସ୍କୁଲରେ ବନ ମହୋତ୍ସବ ପାଳିତ

jsm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗଛ ଆମର ଦେବତା, ଗଛ ଜନ ଓ ଜଙ୍ଗଳରେ ଜୀବନ ସଂଚାରଣ କରିଥାଏ ଓ ଉତ୍ତମ ପରିବେଶ ଯୋଗଇଥାଏ ବୋଲି ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଚେତନ ସଭାରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତଗ କରିଛନ୍ତି । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ସଂଯୋଜନା କରିଥିଲେ । ସ୍କୁଲ ଏବଂ ଖେଳ ପଡିଆ ପରିସରରେ ନିମ୍ବ, ଆମ୍ବ, ବେଲ, ଗମ୍ଭାରି ଏବଂ ବିଭିନ୍ନ ପ୍ରଜାତିର ଚାରା ତଥା ଫୁଲ ଗଛ ରୋପଣ କରାଯାଇଛି । ଜୁନିୟର ରେଡ୍‌କ୍ରସ୍‌ ୟୁନିଟର ସ୍ୱେଚ୍ଛାସେବୀ, ସହିତ ଭଗତ ସିଂ ସ୍କାଉଟ୍‌ ଟ୍ରୁପର ପିଲାମାନେ ତଥା ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନାରେ ରୋପଣ କରାଯାଇଥିବା ଚାରା ଓ ଗଛର ଉପଯୁକ୍ତ ଯତ୍ନ ନେବେ ବୋଲି ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ସ୍କାଉଟ କ୍ରୀସ, ସୁଜିତ, ରୋଶନ, ଜୁନିୟର ଲିପ୍ସା, ଜନନୀକା, ଅର୍ଚ୍ଚିତା, ଶୁଭଶ୍ରୀ, ରେଖା, ସୌମ୍ୟା, ଝରଣା, ବିକାଶ, ବିଭୀଷଣ, ଖମାରୀ, ମୀନକେତନ ଦାଶ ପ୍ରମୁଖ ଭାବରେ ନେତୃତ୍ୱ ନେଇ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ନନ୍ଦି ଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥେଲେ ।

Leave A Reply

Your email address will not be published.