ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଖଗସାରେ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱବ୍ୟାପି ୧୦ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଇଯାଛି । ସମଗ୍ର ବିଶ୍ୱର ଜନସାଧାରଣଙ୍କ ଯୋଗ ପ୍ରତି ଦୃଷ୍ଟି ଆକର୍ଷଣ ସକାଶେ ଏହି ଦିବସର ଆବିର୍ଭାବ । କଥାରେ ଅଛି ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’, ଏହାର ମୁଖ୍ୟ ଉତ୍ସ ହେଉଛି ଯୋଗ । ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ମିଳେ । ଯୁଗ ଯୁଗରୁ ଆମ୍ଭ ସମାଜରେ ଯୋଗର ଅସ୍ତିତ୍ୱ ସୁଦୃଢ ହୋଇଆସୁଛି । ଯାହାକୁ ଆମର ପୂର୍ବଜ ମୁନିଋଷି ମାନେ ଯୋଗର ଉପକାରିତା ତଥା ସୁନ୍ଦର ସ୍ୱାସ୍ଥ୍ୟ ନିମନ୍ତେ ଯୋଗର ଅମୂଲ୍ୟ ବାର୍ତ୍ତାମାନ ଦେଇ ଯାଇଛନ୍ତି । ଏହି ବାର୍ତ୍ତାକୁ ଉଦ୍‌ଜୀବିତ କରି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ ତାରିଖକୁ ‘ବିଶ୍ୱ ଯୋଗ ଦିବସ’ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସୁସ୍ଥ ଓ ନିରାଡ଼ମ୍ବର ଜୀବନକୁ ଦୃଷ୍ଟିରେ ରଖି ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ ଓ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଖଗସା ପ୍ରାଙ୍ଗଣରେ ସକାଳ ୭ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ଭୋଇଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ଶାରୀରିକ ଶିକ୍ଷା, ଶିକ୍ଷକ ସୌମ୍ୟରଞ୍ଜନ ପାଣିଗ୍ରାହୀ ସୁଚାରୁ ରୂପେ ଯୋଗ ଅଭ୍ୟାସ ପରିଚାଳିତ କରିଥିଲେ । ତୁରେକେଲା ମଣ୍ଡଳ ଯୋଗ ପ୍ରଶିକ୍ଷକ ସତୈନ୍ଦ୍ର ସୁନା ସହଯୋଗ କରିଥିଲେ । ଏହି ଦିବସରେ ପ୍ରଶିକ୍ଷକମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ବିଷୟରେ ନୂତନ ବାର୍ତ୍ତା ପ୍ରଦାନ କରିଥିଲେ । ଶିକ୍ଷକ ସୁମନ୍ତ ସାହୁ, ରାଜେଶ କୁମ୍ଭାର, ପ୍ରଦ୍ୟୁମ୍ନ ତ୍ରିପାଠୀ, ଆଶୀଷ କୁମ୍ଭାର, ଜ୍ୟୋତିକାନ୍ତ ବନିଆ, ପୀତବାସ ସାହୁ, ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦ, ଦୀପିକା ନିଆଲ, ସୌମ୍ୟାସୁରଞ୍ଜନା ନାୟକ, ନନ୍ଦିନୀ ଜାନୀ, ସୀମା ମୁଗ୍ରୀ, ରେଖାରାଣୀ ସରୋନିଆନ, ମନୋଜ ପୁଟେଲ ଓ ଅଖିଳ କୁଅଁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.