om academy

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm

ମହିମୁଣ୍ଡା, (କେପିଏନ୍‌ଏସ୍‌) : ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିମୁଣ୍ଡାରେ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ହେବା ସହ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟର ବ୍ରହ୍ମାକୁମାରୀ ଉଷା ଭଉଣୀ ଏବଂ ପୋଲିସ ଅଧିକାରୀ ନୂତନ କୁମାର ଭୋଇ ଯୋଗ ଉପରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ବ୍ରହ୍ମକୁମାର କାମେଶ୍ୱର ଭୋଇ ଯୋଗର ବିଭିନ୍ନ ମୁଦ୍ରା ସହ ଯୋଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ମହିମୁଣ୍ଡାର ସମିତି ସଭ୍ୟା ଶ୍ରୀମତୀ ବବିତା ପୁଟେଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଆ ଅଧ୍ୟାପକ ଡ. ଜଗନ୍ନାଥ ସାହୁ ସଭା ପରିଚାଳନା କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.