ls

ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

sb

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବିଡିଓ ପୂର୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଯୋଗ ଦିବସରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ବିଇଓ ଶାନ୍ତନୁ କୁମାର ପଢ଼ିହାରୀ, ଜିପିଡିଓ ଏନ୍‌ଜେ ଥିଓଫିଲ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଶରୀର ପାଇଁ ଯୋଗର ତାତ୍ପର୍ଯ୍ୟ ଓ ଯୋଗ ଦ୍ଵାରା ହେଉଥିବା ଉଭୟ ଶାରୀରିକ ଓ ମାନସିକ ଉପକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷର ଯୋଗ ଦିବସର ବାର୍ତ୍ତା ଯୋଗ ନିଜ ଓ ସମାଜ ପାଇଁ ରହିଥିଲା । ଯୋଗଗୁରୁ ବନବିହାରୀ ଯୋଶୀ ସୂର୍ଯ୍ୟ ନମସ୍କାର, କ୍ରିୟା, ପ୍ରାଣାୟମ, ଧ୍ୟାନ, ସଂକଳ୍ପ ଓ ଶାନ୍ତିମନ୍ତ୍ର ପାଠ ଭଳି ବିଭିନ୍ନ ପ୍ରକାରର ଯୋଗ ଶିକ୍ଷା ଦେଇଥିଲେ । ଏଥିରେ ବ୍ଲକ, ତହସିଲର ସମସ୍ତ କର୍ମଚାରୀ, ମୁରିବାହାଲ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ, ବ୍ଲକ ବିକାଶ ମଞ୍ଚ, ଗୋପବନ୍ଧୁ ଯୁବକ ସଂଘ, ଆଦିବାସୀ ଯୁବକ ସଂଘ, ବଣିକ ସଂଘ, ଜନମୁକ୍ତି ଅନୁଷ୍ଠାନଙ୍କ ସମେତ ବହୁ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ଓ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । ବ୍ଲକ ବିଏସ୍‌ଏସ୍‌ଓ ରିଙ୍କୁ ମେହେରଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସାମ୍ୱାଦିକ ଦୁର୍ଗାନନ୍ଦ ମହାକୁର ଧନ୍ୟବାଦ ଦେଇଥିଲେ । ସେହିପରି ମୁରିବାହାଲ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସରସ୍ୱତୀ ଶିଶୁ ମନ୍ଦିର ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ମଧ୍ୟ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।

pc pk
Leave A Reply

Your email address will not be published.