oum

ଭଞ୍ଜନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭଞ୍ଜନଗରସ୍ଥ ବେଲେଶ୍ୱର ଶୈବ ପୀଠରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି । ଭଞ୍ଜନଗର ପଞ୍ଚାୟତ ସମିତି ଓ ଭଞ୍ଜନଗର ପୌରପାଳିକାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଯୋଗ ଶିବିରରେ ମୁଖ୍ୟ ଅତିଥି ରୁପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୁପେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଓ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ କର ଯୋଗ ଦେଇଥିଲେ । ଉକ୍ତ ଯୋଗ ଶିବିରରେ ଶରୀର ପ୍ରତି ଯୋଗର ଉପକାରିତା ଓ ଦୈନନ୍ଦିନ ଜୀବନରେ ଯୋଗାଭ୍ୟାସ କରିବା ଉଚିତ୍‌ ବୋଲି ଅତିଥି ଗଣ ବକ୍ତବ୍ୟରେ କହିଥିଲେ । ଯାହାଦ୍ୱାରା ମଣିଷ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ । ଯୋଗ ଶିବିରରେ ବିଧାୟକଙ୍କ ସମେତ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ, ତହସିଲଦାର ଉମାଶଙ୍କର ବେହେରା, ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ଗଣ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମ୍ବାଦିକ ବନ୍ଧୁ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗାଭ୍ୟାସ କରିଥିଲେ । ଏଥିରେ ପ୍ରଶିକ୍ଷକ ଭାବେ ସୁବାଷଚନ୍ଦ୍ର ଗୌଡ, ସୁବ୍ରତ କୁମାର ପ୍ରଧାନ, ଆଲୋକ ସ୍ୱାଇଁ, ଦୁର୍ଯ୍ୟୋଧନ ନାୟକ, ପ୍ରଦିପ କୁମାର ବେହେରା, ଶରତଚନ୍ଦ୍ର ବେହେରା, ଶଚିତ୍ର କୁମାର ନାୟକ, ଜୋତ୍ସାରାଣୀ ସାହୁ, ଯାଜ୍ଞସେନୀ ନାୟକ, ସପ୍ନେଶ୍ୱରୀ ଦିଗାଲ ପ୍ରମୁଖ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ଯୋଗ ଶିବିରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.