om academy

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଶ୍ୱ ଯୋଗ ଦିବସ ପାଳିତ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଶିଶୁ ମନ୍ଦିରର ଶିଶୁ ଓ ଆଚାର୍ଯ୍ୟ, ଅଚାର୍ଯ୍ୟାଗଣ ସାମୂହିକ ଯୋଗ କ୍ରିୟା କରି ଯୋଗର ମହତ୍ତ୍ୱକୁ ଉପଲବ୍ଧି କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ଯୋଗାସନ ଓ ପ୍ରାଣାୟାମର ଆବଶ୍ୟକତା ଓ ଏହାର ଲାଭପ୍ରଦ ଉପରେ ଉପକାରିତା ସମ୍ପର୍କରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାସ ମାର୍ଗଦର୍ଶନ କରିଥିଲେ । ଶାରୀରିକ ଶିକ୍ଷକ ଚତୁର୍ଭୁଜ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏନ୍. ସି. ସି. ସ୍କାଉଟ, ଗାଇଡ୍ସ ଶିଶୁମାନଙ୍କ ସହିତ ପରିଚାଳନା କମିଟୀର ସମସ୍ତ ସଦସ୍ୟ ଓ ମାତୃଭାରତୀ ଓ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.