ବ୍ରହ୍ମାକୁମାରୀ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖାକେନ୍ଦ୍ରର ୨୮ତମ ପ୍ରତିଷ୍ଠା ଉତ୍ସବ କଳ୍ପ ବାସିନୀ ନଗର ସ୍ଥିତ ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ମୁଖ୍ୟ ଆଶ୍ରମ ଠାରୁ ପ୍ରଜାପିତା ବ୍ରହ୍ମାଙ୍କ ଏକ ଶାନ୍ତିଯାତ୍ରା ଛତ୍ରପୁର ସହର ପରିକ୍ରମଣ ହୋଇଛି । ପରେ ଆଶ୍ରମରେ ଏକ ଆନୁଷ୍ଠାନିକ ଆଧ୍ୟାତ୍ମିକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସମାରୋହରେ ଛତ୍ରପୁର ଅତିଥି ବୃନ୍ଦ ସୁକାନ୍ତ କୁମାର ଜେନା, ପୌର ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, କେ. ଆନନ୍ଦ ରାଓ, ବ୍ରହ୍ମାକୁମାର ବି. କେ. ସିମାଞ୍ଚଳ ଏବଂ ଶାଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମାଜରେ ଶାନ୍ତି ଓ ମୈତ୍ରୀତ୍ତ୍ୱ ଆନୟନ ନେଇ ବ୍ରହ୍ମାକୁମାରୀ ସଂସ୍ଥାନର ସଫଳ ପ୍ରୟାସତାକୁ ସାଧୁବାଦ ଜଣାଇ ଅନୁଷ୍ଠାନର ଉଦ୍ୟକ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ । ବ୍ରହ୍ମାକୁମାରୀ ଈଶ୍ୱରୀୟ ଚିନ୍ତନ ଧାର୍ମିକ ଭାବନା ଜନସାଧାରଣଙ୍କୁ ବିଶେଷ ପ୍ରଭାବିତ କରିଛି ବୋଲି ଅତିଥିମାନେ ଆଲୋକପାତ କରିଥିଲେ । ପ୍ରେମ, ଶାନ୍ତି, ମୈତ୍ରୀ, ସଦ୍ଭାବନାର ସନ୍ଦେଶ ଦେଇ ଶାନ୍ତି ଯାତ୍ରାକୁ ପରିଚାଳନା କରିଥିଲେ ରଜନୀ କାନ୍ତ ଭାଇ, ବାଲକ୍ରିଷ୍ଣା, ବି. କେ ସୂର୍ଯ୍ୟ, ବି. କେ ରାଜୁ, ବ୍ରହ୍ମାକୁମାରୀ ଭାଗ୍ୟ, ବ୍ରହ୍ମାକୁମାରୀ ପିଙ୍କି ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.