oom

ସାଇଟ୍‌ କଲେଜରେ ବିଶ୍ୱ ସେବୀକା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜ ସେବୀକା ଫ୍ଲୋରେନ୍‌ସ୍‌ ନାଇଟ୍‌ ଏଙ୍ଗେଲ୍‌ଙ୍କ ଜନ୍ମ ଦିନକୁ ବିଶ୍ୱ ସେବୀକା ଦିବସ ଭାବରେ ପାଳନ କରାଯାଇଛି । ସେହି ମର୍ମରେ ଆଜି ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ୍‌ କଲେଜ ପରିସରରେ ବିଶ୍ୱ ସେବୀକା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ଫ୍ଲୋରେନ୍‌ସ୍‌ ନାଇଟ୍‌ ଏଙ୍ଗେଲ୍‌ଙ୍କ ଫଟୋଚିତ୍ରରେ ସମାଜସେବୀ ଡ. ଶ୍ରୀକର ମିଶ୍ର ପୁଷ୍ପ ମାଲ୍ୟ ଅର୍ପଣ କରି ସଭା ଆରମ୍ଭ କରିଥିଲେ । କଲେଜର ଅଧ୍ୟକ୍ଷା ଲୋପାମୁଦ୍ରା ମିଶ୍ର ଫ୍ଲୋରେନ୍‌ସ୍‌ ନାଇଟ୍‌ ଏଙ୍ଗେଲଙ୍କୁ ସେବା ଓ ତ୍ୟାଗର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ କଲେଜର ସ୍ଥାନୀୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ଏବଂ ଅଧ୍ୟାପିକା କମରୁନ ନିସା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.