oom

ମେଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ମେଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ମେଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ମେଣ୍ଡାର ଦକ୍ଷ ନଥିପତ୍ର ଲେଖିକା ସାଗରିକା ଦଳବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମହିଳା ଦିବସ ଅବସରରେ ମେଣ୍ଡା ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ କବି ତଥା ନାଟ୍ୟକାର ଚନ୍ଦ୍ରାବତୀ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ନାରୀର ବିଭିନ୍ନ ବୈବଭ ତଥା ସୁସ୍ଥ ସମାଜ ଗଠନରେ ନାରୀର ବିଶିଷ୍ଟ ଯୋଗଦାନ ସଂପର୍କରେ ମୁଖ୍ୟବକ୍ତା ଶ୍ରୀମତୀ ପାଣ୍ଡେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମେଣ୍ଡା ପଞ୍ଚାୟତର ଗୋଷ୍ଠୀ ସହାୟିକା ପୁଷ୍ପାଂଜଳି ମେହେର, କମଳିନୀ ସ୍ୱାଇଁ, କଲ୍ୟାଣୀ ସାହୁ, ସଂଯୁକ୍ତା ସାହୁ, ରୀନା ମେହେର ଯୋଗ ଦେଇଥିବା ବେଳେ ଗାଁର ସମସ୍ତ ଅଙ୍ଗନୱାଡି କର୍ମୀ ନମିତା ମଂଜରୀ ଶତପଥୀ, ସୁମିତ୍ରା ଭୋଇ, କସ୍ତୁରୀ ବେହେରା, ଅନିତା ପଧାନ, ରଶ୍ମିତା ତାଣ୍ଡି ଯୋଗ ଦେଇଥିଲେ । ଆଶା କର୍ମୀ ସଂଗୀତା ନାଏକ, ମଂଜୁରାଣୀ ଜେନା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ସହଯୋଗ କରିଥିଲେ । ତେବେ କନ୍ୟା ଭୃଣହତ୍ୟା, ବାଲ୍ୟ ବିବାହ ରୋକିବା ପାଇଁ ଏହି ଅବସରରେ ଏକ ର‍୍ୟାଲିର ଆୟୋଜନ କରାଯାଇଥିଲା ।

jittmm
Leave A Reply

Your email address will not be published.