oom

ଛତ୍ରପୁରର ମା’ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ତିରୁପତି ରାଓ ପେଟ୍ଟା ସାହି ସ୍ଥିତ ବାଣୀ ଭବନ ପରିସରରେ ଅବସ୍ଥାପିତ ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୦ତମ ବାର୍ଷିକ ଉତ୍ସବ ଶନିବାର ସଂନ୍ଧ୍ୟାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ସମାଜସେବୀ, ଆଧ୍ୟାତ୍ମିକବାଦି ଚିଦାନନ୍ଦ ସରସ୍ୱତୀ ଦିବ୍ୟଆଶ୍ରମର ପ୍ରତିଷ୍ଠାତା ବିପ୍ର ଚରଣ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ଡି. ଆଇ. ନିରଞ୍ଜନ ତ୍ରିପାଠୀ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଭାରତୀୟ ପ୍ରସାରଣ ସେବା ଅଧିକାରୀ ତଥା ଆକାଶବାଣୀ କେନ୍ଦ୍ର ବ୍ରହ୍ମପୁରର ପ୍ରାକ୍ତନ କାର୍ଯ୍ୟକ୍ରମ ନିଷ୍ପାଦକ, ସ୍ଵନାମଧନ୍ୟ ଉଦ୍‌ଘୋଷକ୍ ହୃଷୀକେଶ ପାଣିଗ୍ରାହୀ, ସମ୍ପାଦକ ପ୍ରମୋଦ କୁମାର ସାହୁ, ଉପସଭାପତି କେ. ଧର ଦାସ ମଞ୍ଚାସୀନ ହୋଇଥିଲେ । ବରେଣ୍ୟ ଅତିଥିଗଣ ଯୋଗଦେଇ ଶିଶୁମାନେ ସମାଜରେ ଉତ୍ତମ କାର୍ଯ୍ୟକରୀ ନିଜର ଭବିଷ୍ୟତ ଉଜ୍ଜଳ କରିବା ସହ ଦେଶର ଉନ୍ନତି ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ କପିଳ ଚରଣ ମହାରଣା, ଉପଦେଷ୍ଟା କୈଳାସ ଚନ୍ଦ୍ର ପଣ୍ଡା ସଭାପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.