ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ : ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏଥର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଆଦର୍ଶ ଆଚରଣବିଧି ଅନୁପାଳନ କରିବା ସହ ପାଳନ ହୋଇଛି । ଓଡ଼ିଶା ଦିବସ ପାଳନ ଅବସରରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଓ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଉପସ୍ଥିତ ରହି ଗାନ୍ଧୀନଗରପଡା ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀ, ଜିଲ୍ଲାପାଳଙ୍କ କାର୍ଯୃାଳୟଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଗାନ୍ଧୀ ଭବନ ସ୍ଥିତ ମହାତ୍ମା ଗାନ୍ଧୀ ଓ ଜିଲ୍ଲାପାଳଙ୍କ ଆବାସ ସମ୍ମୁଖ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଓଡିଶାକୁ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ପାଇଁ ସଂଗ୍ରାମ କରିଥିବା ମହାମନିଷୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ସେମାନଙ୍କ ଅବଦାନକୁ ସ୍ମରଣ କରି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଦେବାପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏକକାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଦର୍ଶ ଆଚରଣବିôଧ ପାଳନ କରିବା ସହ ଓଡ଼ିଶା ଦିବସ ସଠିକ୍ ମର୍ଯ୍ୟାଦାର ସହ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ପୌରପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.