centurian jitm

ବଲାଙ୍ଗିର ପୋଲିସ ପକ୍ଷରୁ ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋନହରପୁର ରିଜର୍ଭ ପୋଲିସ ପଡ଼ିଆରେ ପାଳିତ ହୋଇଯାଇଛି ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୋଲିସ ପକ୍ଷରୁ ଶୃଙ୍ଖଳିତ ପ୍ୟାରେଡ୍‌ ପ୍ରଦର୍ଶନ ହୋଇଥିବା ବେଳେ ଅଭିବାଦନ ଗ୍ରହଣ କରିଛନ୍ତି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଖିଲାରୀ ଓଡ଼ିଶା ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ଯେଉଁମାନେ ଦାୟିତ୍ୱ ନିର୍ବାହ ସମୟରେ ଜୀବନ ବଳିଦାନ ଦେଇଛନ୍ତି ସେମାନଙ୍କୁ ଗଭୀର ଶ୍ରଦ୍ଧାଂଜଳି ଜଣାଇଛନ୍ତି । ଓଡ଼ିଶା ପୋଲିସ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଯେଉଁ କର୍ତ୍ତବ୍ୟନିଷ୍ଠତା ବହନ କରି ଆସିଛି, ସେଥିପାଇଁ ମଧ୍ୟ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଏସ୍‌ଆଇ ବାସୁଦେବ ଭୋଇ, ଏଏସ୍‌ଆଇ ଖଗେଶ୍ୱର ମାଝି, ସନ୍ତୋଷ କୁମାର ପୁଟେଲ, କନେଷ୍ଟବଳ ଶକ୍ତିଧର ବେହେରା, ସରୋଜ କୁମାର ସାହୁ ଏବଂ ଟ୍ରାଫିକ୍‌ କନେଷ୍ଟବଳ ବାସନ୍ତୀ ତୀର୍କିଙ୍କୁ ଏସ୍‌ପି ଶ୍ରୀ ଖିଲାରୀ ସମ୍ମାନିତ କରିଛନ୍ତି । ୮୯ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପି ଶ୍ରୀ ଖିଲାରୀଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.