ବଲାଙ୍ଗିର, (କେପିଏନ୍ଏସ୍) : ନେସ୍ନାଲ୍ ପିସ୍ ୟୁନିସନ୍ ବଲାଙ୍ଗିର ଦ୍ୱାରା ପରିଚାଳିତ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀନଗରଠାରେ ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଉକ୍ତ ଦିବସରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଆଶା ମା’, ମହିଳା ଆରୋଗ୍ୟ ସମିତିର ସଭ୍ୟା ଗଣ, ପିସ୍ ୟୁନିସନ୍ ତଥା ସ୍ୱାସ୍ଥ୍ୟ କେନ୍ଦ୍ର ସଭ୍ୟ, ସଭ୍ୟା ଗଣ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ଉକ୍ତ ସାଧାରଣତନ୍ତ୍ର ଦିବସରେ ଜଣେ ଛୋଟ ବାଳକ ରୋନକ ପୂଜାରୀ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ପତାକା ଉତ୍ତୋଳନ କରିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ, ଚେୟାରମ୍ୟାନ ସତ୍ୟରଞ୍ଜନ ମିଶ୍ର ଓ ରବିରଞ୍ଜନ ପୂଜାରୀ, ଡ଼ା. ରାକେଶ ମୁଣ୍ଡ, ଡ଼ା. ଭାରତୀ ପ୍ରମୁଖ ଅତିଥିଗଣ ସାଧାରଣତନ୍ତ୍ର ଦିବସରେ ସେମାନଙ୍କ ବହୁମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
Next Post